Advertisment

କଳା ବାଘର ଫଟୋ ଉଠାଇବା ପାଇଁ ବ୍ୟକ୍ତି ଜଣକ ଜଙ୍ଗଲରେ କଲେ ଏମିତି କାମ

ପୁନେ: ପୁନେର ଜଣେ ଫଟୋଗ୍ରାଫ‍ରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍‌। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା ଚିତାବାଘର ଏକ ଚତ୍ମକାର ଫଟୋ କ୍ଲିକ୍‌ କରିଥିଲେ। ବାଘର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋ ଟି ଭାଇରାଲ ହେବା […]

author-image
Mahasweta Baral
ଅଦ୍ୟତନ ହୋଇଛି
କଳା ବାଘର ଫଟୋ ଉଠାଇବା ପାଇଁ ବ୍ୟକ୍ତି ଜଣକ ଜଙ୍ଗଲରେ କଲେ ଏମିତି କାମ

tiger

ପୁନେ: ପୁନେର ଜଣେ ଫଟୋଗ୍ରାଫ‍ରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍‌। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା ଚିତାବାଘର ଏକ ଚତ୍ମକାର ଫଟୋ କ୍ଲିକ୍‌ କରିଥିଲେ। ବାଘର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋ ଟି ଭାଇରାଲ ହେବା ପରେ ଅଭିଷେକ ଦୁଇ ଘଣ୍ଟାର ଅନୁଭୂତି ବଖାଣି ଥିଲେ।

Advertisment

ଅଭିଷେକ ଏକ ଗଣମାଧ୍ୟକୁ କହିଥିଲେ,‘ ଏ ହେଉଛି ମୋର ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ । ମୁଁ ଜଙ୍ଗଲରେ କେବଳ କଳା ବାଘକୁ ଖୋଜୁଥିଲି। କିନ୍ତୁ ବାଘର ଫଟୋକୁ ଉଠାଇବା ପାଇଁ ମତେ ୨ଘଣ୍ଟା ଧରି ଜଙ୍ଗଲରେ ଅପେକ୍ଷା କରିବାକୁ ପଡ଼ିଥିଲା। ଜୁନ୍‌ ମାସର ସନ୍ଧ୍ୟା ୫ଟା ସମୟରେ ଏହି ଫଟୋକୁ ଉଠାଇଥିଲି।

ଚିତାବାଘକୁ ଯେତେବେଳେ ଦେଖିବାକୁ ଯାଇଥିଲି, ‘ତା ପୂର୍ବରୁ ମୁଁ କିଛି ଜଙ୍ଗଲୀ ଜନ୍ତୁଙ୍କର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ। କିଛି ସମୟ ପରେ ଚିତାବାଘଟି ପାଣି ପିଇବାକୁ ଆସିଥିଲା। ଏପରି ପରସ୍ଥିତିରେ ମୋ ପାଖରେ ୧୫ମିନିଟ୍‌ ସମୟ ଥିଲା, ଏହି ସମୟ ମଧ୍ୟରେ ମତେ କଳା ଚିତାବାଘଟିର ସବୁଠାରୁ ଭଲ ଫଟୋ କ୍ଲିକ୍‌ କରିବାର ସୁଯୋଗ ମିଳିଥିଲା।

Advertisment

ଏହାପୂର୍ବରୁ ଏକ କଳା ଚିତାବାଘର ଫଟୋ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏନେଇ ଅଭିଷେକ କହିଥିଲେ, 'ସେ ବାଘଟି ହେଉଛି ମେଲାନିଷ୍ଟିକ୍ ଚିତାବାଘ। ଯାହାକୁ କଳା ପାନ୍ଥର୍ ମଧ୍ୟ କୁହାଯାଏ। ଏହି ଫଟୋକୁ କର୍ଣ୍ଣାଟକର କାବିନି ଜଙ୍ଗଲରେ ଉଠାଯାଇଥିଲା। ମୁଁ ଯେଉଁ ବାଘର ଫଟୋକୁ କ୍ଲିକ୍ କରିଥିଲି ,ଯାହା ଅନ୍ୟମାନଙ୍କଠାରୁ ଭିନ୍ନ।

Advertisment
Advertisment