/odishatv-khabar/media/post_attachments/uploadimage/library/16_9/16_9_0/priyankagandhi-1575287727_1626686462.jpg)
priyankagandhi-1575287727
ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି।
ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ ଅବଗତ କରାଯାଇଛି। ତାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯିବା ପରେ ଏବେ କେବଳ ସିଆରପିଏଫ୍ ହିଁ ତାଙ୍କୁ ସୁରକ୍ଷା ଯୋଗାଉଛି। ହେଲେ ଏଭଳି ସ୍ଥିତିରେ କେମିତି ସାଧାରଣ ଲୋକ ବିନା ଅନୁମତିରେ ପ୍ରିୟଙ୍କାଙ୍କ ବାସଭବନରେ ପଶିଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନଭେମ୍ବର ମାସରେ କେନ୍ଦ୍ର ସରକାର ଗାନ୍ଧି ପରିବାର ସଦସ୍ୟ ପାଉଥିବା ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିଥିଲା। ଏହା ବଦଳରେ ସେମାନଙ୍କୁ କେବଳ ସିଆରପିଏଫ୍ର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା।
ଗତ ସପ୍ତାହରେ ଯଦି ସାଧାରଣ ଲୋକଙ୍କ ବଦଳରେ କୌଣସି ଦୁର୍ବୃତ୍ତ ସେଠାରେ ପ୍ରବେଶ କରିଥାଆନ୍ତା, ତା’ହେଲେ ସ୍ଥିତି କ’ଣ ହୋଇଥାଆନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସୁରକ୍ଷା ବ୍ୟବସ୍ଥା ସିଆରପିଏଫ୍ ପକ୍ଷରୁ କେମିତି ଢିଲା ହେଲା, ତା’ର ତଦନ୍ତ ଏବେ କରାଯାଉଛି।
ନଭେମ୍ବର ୨୬ ଅପରାହ୍ଣ ପ୍ରାୟ ୨ଟା ବେଳେ ଗୋଟିଏ ଗାଡ଼ି ପ୍ରିୟଙ୍କା ଗାନ୍ଧିଙ୍କ ବାସଭବନରେ ପ୍ରବେଶ କରିଥିଲା। ଏଥିରେ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଶିଶୁ ରହିଥିଲେ। ଏହି ସମୟରେ ପ୍ରିୟଙ୍କା ମିଟିଂରେ ବ୍ୟସ୍ତ ଥିଲେ। ହେଲେ ଏହି ଗାଡ଼ିରେ ଥିବା ଲୋକମାନେ ପ୍ରିୟଙ୍କାଙ୍କ ଘରେ ଭିତରେ ପଶି ସେଲଫି ନେବାକୁ ଚାହିଁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)