rahul
ନୂଆଦିଲ୍ଲୀ: ପୁଣି ଥରେ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ସେପଟେ ଦୁଇ କଂଗ୍ରେସ ନେତାଙ୍କୁ ଅଟକାଇବାକୁ ପ୍ରସ୍ତୁତ ଯୋଗୀ ଆଦିତ୍ୟନାଥଙ୍କ ପୋଲିସ। ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ପୀଡ଼ିତ ପରିବାର ସହିତ ଆଲୋଚନା କରିବ କଂଗ୍ରେସ।
ତେବେ ଏହା ପୂର୍ବରୁ ଦିଲ୍ଲୀ-ନୋଏଡ଼ା (ଡିଏନ୍ଡି) ଫ୍ଲାଇୱେରେ ମୁତୟନ ଥିବା ପାଖାପାଖି ୧୦୦ ପୋଲିସ କର୍ମୀଙ୍କ ସହିତ ରାହୁଲଙ୍କ ଓ ପ୍ରିୟଙ୍କାଙ୍କ ସମ୍ନା ହେବ। କଂଗ୍ରେସର କୌଣସି ନେତାଙ୍କୁ ଦିଲ୍ଲୀ-ନୋଏଡ଼ା ବୋର୍ଡର ପାର କରାଇ ନଦେବାକୁ ପୋଲିସଙ୍କୁ ନିର୍ଦ୍ଦେଶ ହୋଇଛି।
ସୁଚନା ଅନୁସାରେ, ହାଥରସ ପୀଡ଼ିତାଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଓ ରାହୁଲ୍ ଦିନ ଅଢ଼େଟା ବେଳେ ଦିଲ୍ଲୀରୁ ବାହାରିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିଜେ ଟୋୟୋଟା ଇନୋଭା ଗାଡ଼ି ଚଲାଉଛନ୍ତି। ରାହୁଲ ଗାନ୍ଧି ତାଙ୍କ ପାଖ ସିଟ୍ରେ ବସିଛନ୍ତି।
କର୍ଯ୍ୟସୂଚୀ ଅନୁସାରେ, କଂଗ୍ରେସ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧୀ ମଣ୍ଡଳ ପୀଡ଼ିତାଙ୍କ ପାରିବାରକୁ ଭେଟି ତାଙ୍କ ଅଭିଯୋଗ ଶୁଣିବ, ଓ ପୀଡ଼ିତା ଓ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରିବ ଦଳ।
ଆଜି ସକାଳେ ଟ୍ୱିଟ୍ କରି ରାହୁଲ ଲେଖିଥିଲେ "ଦୁନିଆଁର କୌଣସି ଶକ୍ତି ମୋତେ ହାଥରସର ଦୁଃଖୀ ପରିବାର ସହିତ ଭେଟି ଦୁଃଖ ବାଣ୍ଟିବାରୁ ଅଟକାଇ ପାରିବନି। " ଆଉ ଦିନ ଅଢ଼େଇଟା ବେଳେ ରାହୁଲୃ- ପ୍ରିୟଙ୍କା ପୀଡ଼ିତ ପରିବାରକୁ ଭେଟିବାକୁ ବାହିର ପଡ଼ିଛନ୍ତି।
ଅନ୍ୟପଟେ ରାହୁଲ ଗାନ୍ଧିଙ୍କୁ ଗାଁରେ ପ୍ରବେଶ କରିବା ପାଇଁ ଅନୁମତି ନାହିଁ। କୌଣସି ଦଳର ନେତା ବି ବର୍ତ୍ତମାନ ପରିବାରକୁ ଭେଟି ପାରିବେ ନାହିଁ ବୋଲି ହାଥରସ ସଦର ଏଏସ୍ଡିଏମ୍ ପ୍ରେମ ପ୍ରକାଶ ମୀଣା କହିଛନ୍ତି।
ତେବେ ଏହା ପୂର୍ବରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ପୋଲିସ କର୍ମଚାରୀ ଅଟକ ରଖିଥିଲେ। ରାହୁଲଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ତାଙ୍କୁ ଧକ୍କା ଦେଇ ତଳେ ପକାଇଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rahul-1_1625272836.jpg)