Advertisment

ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଝଟ୍‌କା; ସାମ୍ବାଦିକାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ଠାରୁ ଶକ୍ତ ଝଟ୍‌କା ଲାଗିଛି। ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର କରିଥିବା ଅପରାଧିକ ମାନହାନି ମକଦମାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ପ୍ରିୟା ରମାନୀଙ୍କ ପାଇଁ ତାଙ୍କର ସମ୍ମାନ ହାନୀ ହୋଇଥିବା କୋର୍ଟରେ ଆବେଦନ କରିଥିଲେ ଆକବର। ସେ ଅଭିଯୋଗ କରିଥିଲେ ଯେ ପ୍ରିୟା ୨୦୧୭ରେ ଏକ ଆର୍ଟିକଲ୍‌ ଲେଖି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ପରେ ୨୦୧୮ରେ ଏକ […]

ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଝଟ୍‌କା; ସାମ୍ବାଦିକାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

mj-akbar

Advertisment

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ଠାରୁ ଶକ୍ତ ଝଟ୍‌କା ଲାଗିଛି। ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର କରିଥିବା ଅପରାଧିକ ମାନହାନି ମକଦମାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ।

Advertisment

ପ୍ରିୟା ରମାନୀଙ୍କ ପାଇଁ ତାଙ୍କର ସମ୍ମାନ ହାନୀ ହୋଇଥିବା କୋର୍ଟରେ ଆବେଦନ କରିଥିଲେ ଆକବର। ସେ ଅଭିଯୋଗ କରିଥିଲେ ଯେ ପ୍ରିୟା ୨୦୧୭ରେ ଏକ ଆର୍ଟିକଲ୍‌ ଲେଖି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ପରେ ୨୦୧୮ରେ ଏକ ଟ୍ୱିଟ୍‌ କରି ସମାନ ଅଭିଯୋଗ କରିଥିଲେ। ଏଥିରେ ତାଙ୍କର ଛବି ଖରାପ ହୋଇଛି ବୋଲି ଆକବର କୋର୍ଟରେ ଅଭିଯୋଗ କରି ମକଦ୍ଦମା କରିଥିଲେ। ତେବେ ଏଥିରେ ପ୍ରତିକ୍ରିୟା ରଖି ପ୍ରିୟା କହିଥିଲେ 'ଶତ ହିଁ ମୋର ରକ୍ଷା କବଚ'।

ଆଜି ଏ ମାମଲାରେ ଶୁଣାଣି ବେଳେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ କହିଛନ୍ତି ଯେ ଦଶ ବର୍ଷ ପରେ ବି ଜଣେ ମହିଳା ତାଙ୍କ ଅଭିଯୋଗ ରଖିପାରିବେ। ଏଥିରେ ତାଙ୍କର ପୂରା ଅଧିକାର ରହିଛି। ଯୌନ ଶୋଷଣ ଆତ୍ମ ସମ୍ମାନ ଓ ଆତ୍ମ ବିଶ୍ୱାସକୁ ନଷ୍ଟ କରିଦେଇଥାଏ। କୌଣସି ବ୍ୟକ୍ତିଙ୍କର ସମ୍ମାନର ମୂଲ୍ୟ ବଦଳରେ କାହା ପ୍ରତିଷ୍ଠାର ସୁରକ୍ଷା କରାଯାଇପାରିବ ନାହିଁ। ସାମାଜିକ ପ୍ରତିଷ୍ଠା ସମ୍ପନ୍ନ ବ୍ୟକ୍ତି ବି ଯୌନ ଶୋଷଣ କରିପାରେ ବୋଲି କୋର୍ଟ କହିଛନ୍ତି।

Advertisment

ଘଟଣା ସମ୍ପର୍କରେ ଶୁଣାଣି ବେଳେ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପୀଡ଼ିତ ଏହା ଜାଣିନଥାଏ ଯେ ତାଙ୍କ ସହିତ କି ବ୍ୟବହାର ହେଉଛି। ତେଣୁ ମହିଳାମାନଙ୍କୁ ଯେ କୌଣସି ସମୟରେ ଯେଉଁଠି ବି ନିଜର ଅଭିଯୋଗ କରିବାର ଅଧିକାର ରହିଛି। ଦଶ ବର୍ଷ ପରେ ନିଜ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ମହିଳା ସ୍ୱର ଉତ୍ତୋଳନ କରିପାରିବେ। ଯୌନ ଶୋଷଣ ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ମହିଳାଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଂ ବୋଲି ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ କହିଛନ୍ତି। କୋର୍ଟଙ୍କ ଏପରି ରାୟ ପରେ ତାଙ୍କ ଓକିଲ ଓ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ପ୍ରିୟା ରମାନୀ।

ଆକବର କରିଥିବା ମାନହାନୀ ମକଦମା ଉପରେ ଗତ ସପ୍ତାହରେ ଉଭୟ ପକ୍ଷର ଓକିଲ କୋର୍ଟରେ ତର୍କ ରଖିଥିଲେ। କୋର୍ଟ ସବୁପକ୍ଷ ତର୍କ ଶୁଣିବା ପରେ ନିଜର ରାୟ ସୁରକ୍ଷିତ ରଖିଥିଲେ। ଆଜି ଏହି ଘଟଣାରେ ରାୟ ଦେଇ ପ୍ରିୟାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

Advertisment

ସୂଚନା ଥାଉକି, ମିଠୁ ଅଭିଯାନ ସମୟରେ ପ୍ରିୟା ଏମ୍‌ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। କେବଳ ପ୍ରିୟା ନୁହଁନ୍ତି  ପାଖାପାଖି ୨୦ ମହିଳା ସାମ୍ବାଦିକା ଆକବରଙ୍କ ନାଁରେ ଏମିତିକିଛି ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆକବର। ଏହାପରେ ଆକବର ପ୍ରିୟାଙ୍କ ବିରୋଧରେ ୧୫ ଅକ୍ଟୋବର ୨୦୧୮ରେ ମାନହାନୀ ମକଦ୍ଦମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ