/odishatv-khabar/media/post_attachments/uploadimage/library/16_9/16_9_0/modi-3_1625544438.jpg)
modi
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦିଙ୍କର ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍ ଅର୍ଥାତ୍ ୬ କୋଟିରେ ପହଞ୍ଚିଛି। ବର୍ତ୍ତମାନ ମୋଦିଙ୍କୁ ଟ୍ୱିଟରରେ ୬ କୋଟି ଲୋକ ଫଲୋ କରୁଛନ୍ତି। ସେହିପରି ମୋଦି ୨୩୫୪ ଜଣ ଲୋକଙ୍କୁ ଫଲୋ କରୁଛନ୍ତି।
ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସେହି ନେତାଙ୍କ ମଧ୍ୟରେ ସାମିଲ୍ ଅଛନ୍ତି, ଯେଉଁମାନଙ୍କୁ ସବୁଠାରୁ ଅଧିକ ଫଲୋ କରାଯାଉଛି। ମୋଦି ଟ୍ୱିଟରରେ ପାଦ ଦେବାରେ ଭାରତର ପ୍ରଥମ ନେତା। ସେ ୨୦୦୯ରେ ପ୍ରଥମଥର ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ। ସେହି ସମୟରେ କଂଗ୍ରେସ ନେତା ଶଶୀ ଥରୁର୍ ମଧ୍ୟ ଟ୍ୱିଟରରେ ଏଣ୍ଟ୍ରୀ କରିଥିଲେ, କିନ୍ତୁ ଫଲୋଅର୍ସ ମାମଲାରେ ମୋଦି ଥରୁରଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି।
ସେପ୍ଟେମ୍ବର ୨୦୧୯ରେ ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ୫ କୋଟିରେ ପହଞ୍ଚିଥିଲା। ଏହିପରି ଭାବେ ମାତ୍ର ୧୦ ମାସ ଭିତରେ ତାଙ୍କୁ ଟ୍ୱିଟରରେ ୧ କୋଟି ଲୋକେ ଫଲୋ କରିଛନ୍ତି।
ଫଲୋଅର୍ସ ମାମଲାରେ ବର୍ତ୍ତମାନ ଟ୍ୱିଟରରେ ସବୁଠାରୁ ବ୍ୟକ୍ତିବିଶେଷ ଭାବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଅଛନ୍ତି। ଓବାମାଙ୍କୁ ମୋଦିଙ୍କଠାରୁ ଦୁଇଗୁଣା ଲୋକେ ଫଲୋ କରୁଛନ୍ତି। ବର୍ତ୍ତମାନ ଟ୍ୱିଟରରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ୧୨୦.୭ ମିଲିୟନ ଅର୍ଥାତ୍ ତାଙ୍କର ଫଲୋଅର୍ସ ସଂଖ୍ୟା ୧୨କୋଟିରୁ ଅଧିକ ରହିଛି।
ଏହା ପରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନମ୍ବର ଆସିବ। ଟ୍ୱିଟରରେ ଟ୍ରମ୍ପଙ୍କ ଫଲୋଅର୍ସ ସଂଖ୍ୟା ୮୩.୭ ମିଲିୟନ୍ ଅର୍ଥାତ୍ ୮କୋଟି ୩୭ଲକ୍ଷ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)