Advertisment

ବାୟୁସେନାର ଦୁଇଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ

କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ। ଆଜିର […]

author-image
Otv Khabar Bureau
ବାୟୁସେନାର ଦୁଇଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ

kovind

କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି।

Advertisment

ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ।

ଆଜିର କାର୍ଯ୍ୟକ୍ରମ ଅବସରରେ ବାୟୁସେନା ପକ୍ଷରୁ ଚିତ୍ତାକର୍ତ୍ତକ ସାମରିକ କଳା କୌଶଳ ସହ ଏୟାର ଶୋ’ ପ୍ରଦର୍ଶନ କରାଯାଇଥିଲା।

Advertisment
Advertisment
Advertisment