/odishatv-khabar/media/post_attachments/uploadimage/library/16_9/16_9_0/kovind_1625489658.jpg)
kovind
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇକ୍ଲିଷ୍ଟ ହେବାର ସ୍ୱପ୍ନ ଦେଖୁଥିବା ନବମ ଶ୍ରେଣୀ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାସ୍ ଉପହାର ଦେଇଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଉ କିଛି ନୁହେଁ ବରଂ ରିୟାଜଙ୍କୁ ଏକ ରେସିଂ ସାଇକେଲ୍ ଉପହାର ସ୍ୱରୂପ ଦେଇଛନ୍ତି। ଏହି ଖାସ୍ ଉପହାର ପାଇବା ପରେ ରିୟାଜଙ୍କ ଖୁସି ନକହିଲେ ସରେ। ସେ ଏହି ଖାସ୍ ଉପହାର ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
https://twitter.com/ANI/status/1289105165794947073?s=20
ଶୁକ୍ରବାର ରାଷ୍ଟ୍ରପତି ଯେତେବେଳେ ରିୟାଜଙ୍କୁ ସାକ୍ଷାତ କଲେ, ତାଙ୍କୁ ଏହି ସାଇକେଲ୍ ଉପହାର କରିଥିଲେ। ସେହି ସମୟରେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ରିୟାଜ ବିଶ୍ୱର ଅଗ୍ରଣୀ ସାଇକ୍ଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ସେ ଦିନରାତି କଠିନ ପରିଶ୍ରମ ମଧ୍ୟ କରୁଛନ୍ତି।
/odishatv-khabar/media/post_attachments/wp-content/uploads/2020/07/cyclits.jpg)
ରିୟାଜ୍ ଦିଲ୍ଲୀର ଆନନ୍ଦ ବିହାର ସର୍ବୋଦୟ ବାଲ୍ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି, କିନ୍ତୁ ମୂଳରୂପରେ ସେ ବିହାରର ମଧୁବନିରରୁ ଆସିଛନ୍ତି। ତାଙ୍କ ପରିବାରରେ ମାତାପିତାଙ୍କ ବ୍ୟତୀତ ଦୁଇ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ସେ ଗାଜିଆବାଦର ମହାରାଜପୁରରେ ଏକ ଭଡ଼ାଘରେ ରହୁଛନ୍ତି। ତାଙ୍କ ପିତା ରୋଷେୟା କାମ କରନ୍ତି। ତେବେ ଆର୍ଥିକ ଅନଟନ କାରଣରୁ ରିୟାଜ ଖାଲି ସମୟରେ ଏକ ହୋଟେଲରେ ପ୍ଲେଟ୍ ଧୋଇବା କାମ କରନ୍ତି।
ସାଇକ୍ଲିଷ୍ଟ ହେବା ପାଇଁ ରିୟାଜ ପାଠପଢ଼ା ଓ ବାକି କାମ ସାରିବା ପରେ ଖୁବ୍ ପ୍ରାକ୍ଟିସ୍ କରନ୍ତି। ୨୦୧୭ରେ ସେ ଦିଲ୍ଲୀ ଷ୍ଟେଟ୍ ସାଇକ୍ଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ଗୌହାଟୀରେ ସ୍କୁଲ ଗେମ୍ସରେ ଭାଗ ନେଇ ସେ ଜାତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ।
/odishatv-khabar/media/post_attachments/wp-content/uploads/2020/07/riyaz.jpg)
ନିଜ ଉପଲବ୍ଧିରୁ ପ୍ରେରଣା ପାଇ ରିୟାଜ୍ କୋଚ୍ ପ୍ରମୋଦ ଶର୍ମାଙ୍କଠାରୁ ପ୍ରଫେସନାଲ୍ ଟ୍ରେନିଂ ନେବା ଆରମ୍ଭ କରିଛନ୍ତି। ସେ ନିୟମିତ ଇନ୍ଦିରା ଗାନ୍ଧି ଇନଡୋର୍ ଷ୍ଟାଡିୟମରେ ପ୍ରାକ୍ଟିସ୍ କରନ୍ତି। ତେବେ ଏଥିପାଇଁ ତାଙ୍କ ଭଡ଼ାରେ ସାଇକେଲ୍ ଆଣୁଥିଲେ। ଏହାବଦଳରେ ସେ ନିଜ ସାଇକେଲକୁ ଦେଇ ଦେଉଥିଲେ। ତେବେ ରାଷ୍ଟ୍ରପତି କୋବିନ୍ଦ ରିଆଜଙ୍କ ଏହି ସଂଘର୍ଷଭରା କାହାଣୀ ବିଷୟରେ ଜାଣିବାକୁ ପାଇଥିଲେ। ଯାହା ପରେ ରାଷ୍ଟ୍ରପତି ରିୟାଜଙ୍କୁ ତାଙ୍କ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଏବଂ କଠିନ ପରିଶ୍ରମ ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିବାକୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)