Advertisment

'ଏବର୍ଷ ଧୁମ୍‌ଧାମ୍‌ରେ ହେବନି ସ୍ୱାଧୀନତା ଦିବସ'

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି, କରୋନା ପାଇଁ ଆମ ସମସ୍ତଙ୍କର ଜୀବନଧାରା ବଦଳିଯାଇଛି। ତେଣୁ ଏବର୍ଷ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ କିଛି କଡ଼ା ପଦକ୍ଷେପ ନେଇଛନ୍ତି, ଯେଉଁଥି ପାଇଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି। ଭାରତର […]

author-image
Ranjeet Kumar Jena
'ଏବର୍ଷ ଧୁମ୍‌ଧାମ୍‌ରେ ହେବନି ସ୍ୱାଧୀନତା ଦିବସ'

ramnath-kovind

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି, କରୋନା ପାଇଁ ଆମ ସମସ୍ତଙ୍କର ଜୀବନଧାରା ବଦଳିଯାଇଛି। ତେଣୁ ଏବର୍ଷ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment

ରାଷ୍ଟ୍ରପତି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ କିଛି କଡ଼ା ପଦକ୍ଷେପ ନେଇଛନ୍ତି, ଯେଉଁଥି ପାଇଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି। ଭାରତର ଏହି ପଦକ୍ଷେପ ଏବେ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି। ଏହି ମହାମାରୀ ଲଢ଼େଇରେ ଅନେକ ଯୋଦ୍ଧା ନିଜର ପ୍ରାଣବଳି ଦେଇଛନ୍ତି। ସେଥିପାଇଁ କରୋନା ଯୋଦ୍ଧାଙ୍କୁ ଯେତେ ପ୍ରଶଂସା କରାଯିବ, ତାହା କମ୍ ହେବ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଚଳିତ ବର୍ଷ ବାତ୍ୟା 'ଅମ୍ପନ'କୁ ନେଇ କହିଛନ୍ତି, 'ଅମ୍ପନ୍' ଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିପୁଳ କ୍ଷୟକ୍ଷତି ହୋଇଛି। ବିପଦ ସମୟରେ ସମସ୍ତେ ଏକାଠି ହୋଇ ମୁକାବିଲା କରୁଛନ୍ତି। ସଙ୍କଟ ସମୟରେ ଜୀବନଜୀବିକା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଚି। ଏପରିକି ଲୋକଙ୍କୁ ସାହାଯ୍ୟ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

କରୋନା ଭଳି ମହାମାରୀ ସମୟରେ ଦେଶରେ ଆର୍ଥିକ ସମସ୍ୟା ଦେଖା ଦେଇଛି। କିନ୍ତୁ ଏହି ସଙ୍କଟ ସମୟରେ ଯେପରି କେହି ଭୋକ ଉପାସରେ ନରହିବେ, ସେଥିପାଇଁ ସରକାର ମାଗଣା ରାସନ ପ୍ରଦାନ କରିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ନଭେମ୍ବର ମାସ ଯାଏ ମାଗଣାରେ ରାସନ ଦିଆଯାଉଛି।

ଏହାଛଡ଼ା 'ବନ୍ଦେ ଭାରତ' ମିଶନରେ ୧୦ଲକ୍ଷ ଲୋକଙ୍କୁ ସ୍ୱଦେଶ ଅଣାଯାଉଛି। ତେଣୁ କରୋନାରେ ଯେପରି କେହି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି।

Advertisment
Advertisment