/odishatv-khabar/media/post_attachments/uploadimage/library/16_9/16_9_0/pranab-2_1625443908.jpg)
pranab
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସେ ଦିଲ୍ଲୀର ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି, ଯେଉଁଠାରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଛି। ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଛି, ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କ ମୁଣ୍ଡରେ ସଫଳ ଅସ୍ତ୍ରୋପଚାର କରାଯାଇଛି।
ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ହସ୍ପିଟାଲରେ ଅପରେସନ୍ ପୂର୍ବରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେଲ୍ଫ ଆଇସୋଲେସନରେ ରହିବା ସହ କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍ କରି ନିବେଦନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)