ଅଦ୍ୟତନ ହୋଇଛି
Pranab Mukharjee
Advertisment
ନୂଆଦିଲ୍ଲୀ: ଗତ ସୋମବାରଠାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ବ୍ରେନ ସର୍ଜରୀ ଏବଂ କରୋନା ଆକ୍ରାନ୍ତ ହେବା ପରେ ପ୍ରଣବ ଦା’ଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ବି ଭେଣ୍ଟିଲେଟରରେ ରଖା ଯାଇଛି। ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ଚିକିତ୍ସା ବୁଝୁଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଗତ କିଛି ଦିନ ହେବ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। ହେଲେ ବୁଧବାରଠାରୁ ପୁଣି ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି।
ସୂଚନାଥାଉ କି, ପ୍ରଣବ ମୁଖାର୍ଜୀଙ୍କର ଅଗଷ୍ଟ୧୦ ତାରିଖ ବ୍ରେନ୍ ସର୍ଜରୀ ହୋଇଥିଲା। ଏହା ପରଠାରୁ ସେ ଭେଣ୍ଟିଲେଟରରେ ଥିଲେ। ବିଶେଷଜ୍ଞ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pranab-da_1625415512.jpg)