pranab-mukahrjee
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଏପର୍ଯ୍ୟନ୍ତ ତାଙ୍କୁ ଭ୍ୟାଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ବାରମ୍ବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ପ୍ରଣବ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀର ଆର୍ମୀ ରିସର୍ଚ ଆଣ୍ଡ ରିଫେର୍ରାଲ ହସ୍ପିଟାଲର ଡାକ୍ତର। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଦେଖାଶୁଣା କରୁଥିବା ସେ ସୂଚନା ଦେଇଛନ୍ତି।
କିନ୍ତୁ ପ୍ରଣବଙ୍କ ପୁଅ ଅଭିଜିତ୍ କହିଛନ୍ତି, ପୂର୍ବ ଅପେକ୍ଷା ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ଗତକାଲି ମୁଁ ହସ୍ପିଟାଲ ଯାଇଥିଲି। ଭଗବାନଙ୍କ ଆଶୀର୍ବାଦ ଓ ଆପଣମାନଙ୍କର ଭଲପାଇବା ପାଇଁ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି। ସେ ଖୁବ୍ଶୀଘ୍ର ଭଲ ହୋଇ ଫେରିଆସିବେ ବୋଲି ମୋର ଦୃଢ଼ ବିଶ୍ୱାସ।”
ବ୍ରେନ୍ରେ ବ୍ଲଡ୍ କ୍ଲଟ୍ ଜମିଥିବାରୁ ଏହାର ଅପରେଶନ ପାଇଁ ୮୪ ବର୍ଷୀୟ ପ୍ରଣବ ସୋମବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pranab-mukahrjee_1625425922.jpg)