Advertisment

ଦେଶରେ ୨୬/୧୧ ପରି ଆକ୍ରମଣ ଆଶଙ୍କା : ଏନଆଇଏ ନିକଟକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ରାଷ୍ଟ୍ରୀୟ ଏଜେନ୍ସି ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍ । ୨୬/୧୧ ପରି ଷଡଯନ୍ତ୍ର ରଚାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଛି । ତେବେ ବର୍ତ୍ତମାନ…

author-image
Prangyan Parimita
ଦେଶରେ ୨୬/୧୧ ପରି ଆକ୍ରମଣ ଆଶଙ୍କା : ଏନଆଇଏ ନିକଟକୁ ଆସିଲା ଧମକପୂର୍ଣ୍ଣ କଲ୍‌

nia

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ରାଷ୍ଟ୍ରୀୟ ଏଜେନ୍ସି ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍ । ୨୬/୧୧ ପରି ଷଡଯନ୍ତ୍ର ରଚାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଛି । ତେବେ ବର୍ତ୍ତମାନ ଏନଆଇଏ ଏନେଇ ଛାନଭିନ୍ ଆରମ୍ଭ କରିଦେଇଛି । ପଶ୍ଚିମବଙ୍ଗ ରାଜଘାଟରୁ ଏହି କଲ୍ ଆସିଥିବା ଜଣାପଡ଼ିଛି । ଦେଶରେ ଆକ୍ରମଣ ଆଶଙ୍କା କରି ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଆକ୍ରମଣରେ ବୁଲେଟ୍ ଓ ଆଇଇଡି ବ୍ୟବହାର କରାଯାଇପାରେ :

୩ ଜୁନରେ ଏନଆଇଏ ଏଜେନ୍ସି ପାଖକୁ ଆସିଥିଲା ଧମକପୂର୍ଣ୍ଣ । ଆକ୍ରମଣରେ ବୁଲେଟ ଓ ଆଇଇଡି ବ୍ୟବହାର କରାଯିବ ବୋଲି କହିଛି ଫୋନ୍ କରିଥିବା ସନ୍ଦିଗ୍ଧ । ନେପାଳ ଓ ବାଙ୍ଗଲାଦେଶ ରାସ୍ତାରେ ଏହି ସବୁ ସାମଗ୍ରୀ ଦେଶକୁ ଅଣାଯିବାର ଆଶଙ୍କା କରାଯାଉଛି । ଆଗାମୀ କିଛି ଦିନ ଭିତରେ ଦେଶରେ ଏପରି ଆକ୍ରମଣର ସମ୍ଭାବନା ରହିଛି । ୨୬/୧୧ ଆକ୍ରମଣ ପରି ଭୟଙ୍କର ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଯେଉଁ ନମ୍ବରରୁ କଲ ଆସିଥିଲା ତାକୁ ଟ୍ରେସ୍ କରି ଅନୁସନ୍ଧାନ ଆରମ୍ଭ କରିଛି ଏନଆଇଏ ।

ପଶ୍ଚିମବଙ୍ଗରେ ଜେଏମବି ତଥା ଜମାତ ଉଲ୍ ମୁଜାହିଦ୍ଦିନ ବାଂଲାଦେଶର ଏକ ଭଲ ନେଟୱାର୍କ ଅଛି. ଯାହା ବିଶ୍ୱ ଆତଙ୍କବାଦୀ ସଂଗଠନ ଅଲ କାଏଦା ସହିତ ଜଡିତ। ଏହା ସହିତ କଲର୍ ଚୋରା ଚାଲାଣ ପାଇଁ ବାଂଲାଦେଶ ରାସ୍ତାର ମଧ୍ୟ ଉଲ୍ଲେଖ କରିଛନ୍ତି। ଏଭଳି ପରିସ୍ଥିତିରେ ଏନଆଇଏ ମଧ୍ୟ ଏହି ପ୍ରସଙ୍ଗରେ ଜେଏମବି ସାମିଲ ଅଛି ନା ନାହିଁ ଖୋଳତାଡ଼ କରିବ ।

Advertisment

ଗତ ବର୍ଷ ଅକ୍ଟୋବର ୨୦ ରେ ମଧ୍ୟ ଏନଆଇଏ କଣ୍ଟ୍ରୋଲ ରୁମକୁ ଏପରି ଏକ କଲ ଆସିଥିଲା । ପାକିସ୍ତାନର କରାଚିରୁ କଲ୍ କରିଥିବା କହିଥିଲା ସନ୍ଦିଗ୍ଧ ବ୍ୟକ୍ତି । ମୁମ୍ବାଇ ବିମାନ ବନ୍ଦର ଏବଂ ଭାରତୀୟ ପୋଲିସ ପ୍ରତିଷ୍ଠାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ଜୈଶ ଆତଙ୍କବାଦୀ ସଂଗଠନର ପ୍ରସ୍ତୁତି ବିଷୟରେ କହିଥିଲା ।

Advertisment
Advertisment