/odishatv-khabar/media/post_attachments/uploadimage/library/16_9/16_9_0/mehul-choksi_1622628336.jpg)
mehul choksi
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ତ୍ରାହି ପାଇଯିବ ନା ଭାରତକୁ ପ୍ରତ୍ୟାର୍ପଣ କରାଯିବ ? ଏହାକୁ ନେଇ ବୁଧବାର ସନ୍ଧ୍ୟା ୬.୩୦ରେ ନିଷ୍ପତ୍ତି ହୋଇଯିବ । କିଛି ଘଣ୍ଟା ପରେ ମେହୁଲ ଚୋକସିଙ୍କ ଉପରେ ଡୋମିନିକା ଅଦାଲତରେ ଶୁଣାଣି ଆରମ୍ଭ ହୋଇଯିବ । ଏଠାରେ ସ୍ପଷ୍ଟ ହେବ ମେହୁଲ ଚୋକସି ଡୋମିନିକାରେ ସଜା କାଟିବେ କି ତାଙ୍କୁ ଆଣ୍ଟିଗୁଆ ପଠାଇ ଦିଆଯିବ । ସେପଟେ ଭାରତୀୟ ଏଜେନ୍ସି ହାତକୁ ମଧ୍ୟ ଚୋକସିଙ୍କୁ ଟେକି ଦେବାର ସମ୍ଭାବନା ରହିଛି । ଗିରଫ ହେବା ପରେ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଡୋମିନିକା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଲଗାତାର ମେହୁଲ ଚୋକସିଙ୍କୁ ପଚରାଉଚରା କରୁଛି ।
ଡୋମିନିକାରୁ ଭାରତର ଦୂରତା ୧୪୧୦୮ କିମି । ସେଠାକର ଅଦାଲତ ଆଜି ସ୍ପଷ୍ଟ କରିବ ଚୋକିସିକୁ ଭାରତ ପଠାଯିବ ନା ନାହିଁ । ଅନ୍ୟପଟେ ଡୋମିନିକା ପାଖରେ ରହିଛି ଆଣ୍ଟିଗୁଆ । ମେହୁଲ ଚୋକସି ଆଣ୍ଟିଗୁଆର ନାଗରିକତା ନେଇଛି । ମେ ୨୩ରେ ପେଳାତକ ହୀରା ବ୍ୟବସାୟୀକୁ ଅପହରଣ କରି ଡୋମିନିକା ନିଆଯାଇଥିବା ସୂଚନ ଦାବି କରାଯାଇଥିଲା। ଡୋମିନିକାରୁ ଧରାପଡ଼ିବା ପଠ ଠାରୁ , ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପଳାତକ ହୀରା ବ୍ୟବସାୟୀ ଡୋମିନିକାରେ କିପରି ପହଞ୍ଚିଲେ ? ହନିଟ୍ରାପର ଶିକାର ହେଲେ ନା ଭାରତୀୟ ଏଜେନ୍ସି ଆଖିରେ ପୁଣି ଧୂଳି ଦେଇ ଫେରାର ହେବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ? ଏହାରି ଭିତରେ ସମସ୍ତ ଭାରତୀୟଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ମେହୁଲ ଚୋକସିଙ୍କୁ ଭାରତ ଅଣାଯବ ?
କିଛି ଦିନ ପୂର୍ବରୁ ମେହୁଲ ଚୋକସି ଗର୍ଲଫ୍ରଣ୍ଡ ସହ ରୋମାଣ୍ଟିକ୍ ଡିନର ଡେଟ୍ ପାଇଁ ଡୋମିନିକା ଯାଇ ଧରାପଡ଼ିଥିଲା ସୂଚନା ମିଳିଥିଲା । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରେମିକା ଚକ୍କରରେ ଫସି ଯାଇଛନ୍ତି ହୀରା ବ୍ୟବସାୟୀ । ନିଜ ପ୍ରେମିକା ସହ କିଛି ମୁହୂର୍ତ୍ତ ବିତାଇବାକୁ ଯାଇଥିଲେ, ହେଲେ ଦୁର୍ଭାଗ୍ୟର ବିଷୟ ସେଠାରେ ପୋଲିସ ହାତରେ ଧରା ପଡ଼ିଗଲେ ମେହୁଲ ଚୋକସି । ସେହିପରି ଗିରଫ ହେବା ପରେ ଜେଲରେ ବନ୍ଦ ଥିବା ମେହୁଲ ଚୋକସିଙ୍କ ଫଟୋ ସାମ୍ନାକୁ ଆସିଥିଲା । ଫଟୋରେ ମେହୁଲ ଚୋକସିଙ୍କ ଆଖି ଲାଲ ଲାଲ ଦେଖାଯାଉଥିବା ବେଳେ ଶରୀରର ସମ୍ପୂର୍ଣ୍ଣ ଦୁର୍ବଳ ଦେଖାଯାଉଥିଲା । ଏବଂ ହାତରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଥିଲା ।
ସୂଚନାଯୋଗ୍ୟ ଭାରତର ପଳାତକ ବ୍ୟବସାୟୀ ଚୋକସି ଚୋକସି ଦୀର୍ଘ ଦିନ ଧରି ଆଣ୍ଟିଗୁଆର ଜଲି ହାରବର୍ ଅଞ୍ଚଳରେ ରହୁଥିଲେ । ଚୋକସିଙ୍କ ବିରୋଧରେ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଲାଗିଛି । ୨୦୧୮ ମସିହାରେ ମେହୁଲ ଚୋକସି ଗୁପ୍ତରେ ଭାରତ ଛାଡି ପଳାଇ ଯାଇଥିଲେ। ସେବେଠାରୁ ଦେଶର ଯାଂଚ ଏଜେନ୍ସି ସିବିଆଇ ଏବଂ ଇଡି ଟିମ୍ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)