Capture
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାମ୍ମୁ କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ । ବୈଠକରେ ଜାମ୍ମୁକାଶ୍ମୀରର ୭ଟି ଦଳର ୧୪ ନେତା ଉପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀରର ନେତା ମାନଙ୍କୁ ଆବେଦନ କଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଓ ଦିଲ୍ ମଧ୍ୟରେ ଦୂରତା କମାଇବାକୁ ଜାମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀ କଲେ ଆବେଦନ ।
ଖାଲି ସେତିକି ନୁହେଁ, ବୈଠକରେ ଜାମ୍ମୁ-କାଶ୍ମୀର ନିର୍ବାଚନ ନେଇ ଆଲୋଚନା ମଧ୍ୟ କରିଛନ୍ତି ନରେନ୍ଦ୍ର ମୋଦି । ଏହାସହ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/1624530497-6873.jpg)
ଅନ୍ୟପଟେ ସର୍ବଦଳୀୟ ବୈଠକ ପରେ ମେହବୁବା ମୁପ୍ତି ମଧ୍ୟନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ସୀମା ସମସ୍ୟା ନେଇ ପାକିସ୍ତାନ ସହ ଆଲୋଚନା କରାଯାଉ । ୩୭୦ ଧାରା ଉଠାଇବା ଅସାମ୍ବିଧାନିକ, ଆମେ ଏହାକୁ ବିରୋଧ କରୁଛୁ । ଜେଲରେ ବନ୍ଦୀ ଥିବା ଲୋକଙ୍କୁ ମଧ୍ୟ ମୁକ୍ତ କରାଯାଉ ବୋଲି କହିଛନ୍ତି ମେହେବୁବା ।
/odishatv-khabar/media/post_attachments/wp-content/uploads/2021/06/11-4.jpg)
ସେହିଭଳି ସର୍ବଦଳୀୟ ବୈଠକ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟୁଇଟ୍ ଯୋଗେ ନିଜର ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବା ପ୍ରକ୍ରିୟା ଚାଲୁ ରହିଛି । ଜାମ୍ମୁ ଓ କାଶ୍ମୀରର ସମ୍ପୂର୍ଣ୍ଣ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଓ ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ ଆମର ଲକ୍ଷ୍ୟ । ସୀମା ନିର୍ଦ୍ଧାରଣ ହେଲେ ହିଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସୁବିଧା ହେବ ବୋଲି କହିଛନ୍ତି ଅମିତ ଶାହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-25_1624545746.jpg)