Atal Tunnel Rohtang
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଉଦ୍ଘାଟନ ହେବ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍ (Atal Tunnel)। ହିମାଚଳର ରୋହତଙ୍ଗରେ (Rohtang) ହୋଇଥିବା ଏହି ସୁଡ଼ଙ୍ଗ ପଥ ୩ ହଜାର ମିଟର ଉଚ୍ଚତାରେ ରହିଛି। ସେପ୍ଟେମ୍ବର ୨୦ ତାରିଖରେ ଏହି ଟନେଲ୍ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ବିଷୟରେ ଆସନ୍ତୁ ଜାଣିବା କିଛି ବିଶେଷ କଥା
- ୩୦ ହଜାର ମିଟର ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ସୁଡ଼ଙ୍ଗପଥ ଦୁନିଆର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ।
- ଏହି ସୁଡ଼ଙ୍ଗପଥରୁ ଜରୁରୀ ପରିସ୍ଥିତରେ ବାହାରକୁ ବାହାରିବା ପାଇଁ ଅନ୍ୟ ସୁଡ଼ଙ୍ଗର ନିର୍ମାଣ ବି ହୋଇଛି। ମୁଖ୍ୟ ସୁଡ଼ଙ୍ଗ ତଳେ ଏହି ଏମର୍ଜେନ୍ସି ସୁଡ଼ଙ୍ଗ ନିର୍ମାଣ କରାଯାଇଛି।
- ପ୍ରଥମତଃ ୮.୮ କିମି ଲମ୍ବର ଏହି ସୁଡ଼ଙ୍ଗପଥ ନିର୍ମାଣ କରାଯାଇଥିଲା। କିନ୍ତୁ କାମ ସରିଯିବା ପରେ ବିଆର୍ଓ ଜିପିଏସ୍ ଦ୍ୱାରା ଅଧ୍ୟୟନ କରିବା ପରେ ଏହା ୯ କିମି ଲମ୍ବ ବୋଲି ଜଣାପଡ଼ିଛି।
- ସୁଡ଼ଙ୍ଗପଥ କାର୍ଯ୍ୟକାରୀ ହେଲେ ମନାଲି (Manali) ଓ ଲେହ (Leh) ମଝିରେ ଥିବା ୪୬ କିମି ଲମ୍ବ ଦୂରତାକୁ କମ୍ ହୋଇଯିବ।
ସାମରିକ କ୍ଷେତ୍ରରେ ଅନେକ ମହତ୍ୱ ରଖୁଥିବା ଏହି ସୁଡ଼ଙ୍ଗପଥ ମେ ମାସରେ ଶେଷ ହେବାକୁ ଥିଲା। କିନ୍ତୁ କୋଭିଡ-୧୯ ପାଇଁ ବିଳମ୍ବ ହୋଇଛି।
/odishatv-khabar/media/post_attachments/wp-content/uploads/2020/08/suranga.jpg)
- ୧୯୯୦ ମସିହାରେ ଏହି ପ୍ରୋଜେକ୍ଟ ପାଇଁ ଗବେଷଣା ଆରମ୍ଭ ହୋଇଥିଲା। ସୀମା ସଡ଼କ ସଂଗଠନ(ବିଆର୍ଓ) ଅନୁସାରେ, ୨୦୦୩ରେ ଟେକ୍ନିକାଲ ନିର୍ମାଣକୁ ସ୍ୱିକୃତି ମିଳିଲା।
- ୨୦୦୪ ଜୁନରେ ଏହି ଯୋଜନାକୁ ନେଇ ଭୁ-ବୈଜ୍ଞାନିକ ରିପୋର୍ଟ ଦିଆଯାଇଥିଲା।
- ୨୦୦୫ରେ ସୁରକ୍ଷା ଓ କ୍ୟାବିନେଟ୍ କମିଟିର ସ୍ୱିକୃତୀ ମିଳିବା ପରେ ୨୦୦୭ରେ ଟେଣ୍ଡର ଆବେଦନ କରାଯାଇଥିଲା।
- ୨୦୦୬ରେ ଏହାର ଡିଜାଇନ୍ ଓ ବିଶେଷ ବିବରଣୀର ଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।
- ୨୦୧୦ ଜୁନ୍ରେ ଏହି ସୁଡ଼ଙ୍ଗ ନିର୍ମାଣ ଆରମ୍ଭ ହୋଇଥିଲା।
- ୨୦୧୫ରେ ଏହା ଶେଷ ହେବାର ଥିଲା, କିନ୍ତୁ ବିଭିନ୍ନ କାରଣ ଯୋଗୁ ଏହା ସମ୍ପୂର୍ଣ୍ଣ ହୋଇପାରିନଥିଲା।
/odishatv-khabar/media/post_attachments/wp-content/uploads/2020/08/bandha.jpg)
ପୀର ପଞ୍ଜାଲ ପାହାଡ଼କୁ କାଟି ତିଆରି କରାଯାଇଥିବା ଏହି ସୁଡ଼ଙ୍ଗ ରୋହତଙ୍ଗ ଓ ଦର୍ରେ ପାଇଁ ବୈକଳ୍ପିକ ମାର୍ଗ ହେବ। ଏହା ବ୍ୟତୀତ ମନାଲୀ ଭ୍ୟାଲୀରୁ ଲାହୌଲ୍ ଓ ସ୍ପୀତି ଭ୍ୟାଲୀ ପର୍ଯ୍ୟନ୍ତ ପହଞ୍ଚିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ଏବେ ମାତ୍ର ୧୦ ମିନିଟର୍ ପହଞ୍ଚି ହେବ।
ଚୀନ ସହିତ ସବୁବେଳେ ଲାଗି ରହିଥିବା ଉତ୍ତେଜନା ପାଇଁ ଏହି ସୁଡ଼ଙ୍ଗପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଟନଲ ସାହାଯ୍ୟରେ ଲଦାଖରେ ମୁତୟନ ହୋଇଥିବା ଯବାନଙ୍କ ସହିତ ଖୁବ୍ ସଜରେ ସମ୍ପର୍କ କରିହେବ। ସେମାନଙ୍କ ପାଖରେ ଆବଶ୍ୟକୀୟ ସାମଗ୍ରୀ ପଠାଇବା ସହିତ ଯୁଦ୍ଧାସ୍ତ୍ର ବି ପଠାଇ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/atal-tunnel_1625377923.jpg)