Advertisment

ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା […]

author-image
Ranjeet Kumar Jena
ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, 'ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା କଲୁ।

Advertisment


ପିଏମ୍ ମୋଦି ଆହୁରି କହିଛନ୍ତି, ସୁନ୍ଦର ପିଚାଇଙ୍କ ସହ କଥାବାର୍ତ୍ତା ବେଳେ ମୁଁ ନୂଆ କାର୍ଯ୍ୟ ସଂସ୍କୃତି ସମ୍ବନ୍ଧରେ କଥା ହେଲି, ଯାହା କରୋନା ଭଳି ମହାମାରୀ ସମୟରେ ଦୃଶ୍ୟମାନ ହେଉଛି। ଏହା ସହ କରୋନା ମହାମାରୀ କିପରି କ୍ରୀଡ଼ା କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି, ତାହା ଉପରେ ମଧ୍ୟ ଚର୍ଚ୍ଚା କଲୁ। ଆମେ ଡାଟା ସୁରକ୍ଷା ଓ ସାଇବର୍ ସୁରକ୍ଷାର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ କଥା ହୋଇଛୁ।

Advertisment


ମୋଦି ଆହୁରି ଲେଖିଛନ୍ତି, ଗୁଗଲ୍ ପକ୍ଷରୁ ବିଭିନ୍ନ ସେକ୍ଟରରେ ଚାଲିଥିବା କାମ ସମ୍ବନ୍ଧରେ ମୁଁ ଜାଣିବାକୁ ପାଇଲି। ବିଶେଷକରି ଶିକ୍ଷା, ଶିକ୍ଷାଗତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ପେମେଣ୍ଟ ସମେତ ଅନ୍ୟ କ୍ଷେତ୍ର ଉପରେ ଆଲୋଚନା କରିଛୁ। ପିଏମ୍ ମୋଦି ସୁନ୍ଦର ପିଚାଇଙ୍କ ସହ ଗୁଗଲ୍ ସମେତ ଭାରତରେ ଟେକ୍ନୋଲୋଜି କ୍ଷେତ୍ରରେ ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

କିଛିଦିନ ତଳେ ପିଏମ୍ ମୋଦି ଆତ୍ମନିର୍ଭର ଭାରତର ସ୍ଲୋଗାନ୍ ଦେଇଥିଲେ। ସେ କହିଥିଲେ, ଭାରତରେ ପ୍ରତିଭାର ଅଭାବ ନାହିଁ। ଯଦି ଭାରତର ଯୁବବର୍ଗ ଚାହିଁବେ, ତାହେଲେ ପ୍ରତିଟି ସେକ୍ଟରରେ ନିଜର ପ୍ରତିଭାକୁ ସାରା ଦୁନିଆରେ ପ୍ରଷ୍ଫୁଟିତ କରିପାରିବେ। ଏହି ଆତ୍ମନିର୍ଭର ଭାରତ ଅଭିଯାନ ଆଧାରରେ ପିଏମ୍ ମୋଦି ଅନେକ ସେକ୍ଟର ସହ ଜଡ଼ିତ ଲୋକଙ୍କ ସହ କଥା ଆଲୋଚନା କରୁଛନ୍ତି।

Advertisment
Advertisment