Advertisment

କରୋନା କାଳରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ

author-image
Prangyan Parimita
ଅଦ୍ୟତନ ହୋଇଛି
କରୋନା କାଳରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ

narendra modi

ନୂଆଦିଲ୍ଲୀ : କରୋନା ସଙ୍କଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ନେତା । ସାରା ବିଶ୍ୱରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ ଦେଶର କମାଣ ସମ୍ଭାଳିଛନ୍ତି,ସେଥିପାଇଁ ତାଙ୍କୁ ପୁଣି ଥରେ ସର୍ବାଧିକ ଲୋକପ୍ରିୟ ନେତାର ସ୍ଥାନ ଦିଆଯାଇଛି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଜଣାପଡ଼ିଛି ନରେନ୍ଦ୍ର ମୋଦି, ବିଶ୍ୱ ନେତାଙ୍କ ତୁଳନାରେ ସବୁଠାରୁ ଲୋକପ୍ରିୟ ଅଟନ୍ତି। ପ୍ରଧାନମନ୍ତ୍ରୀଙ୍କର ଗ୍ଲୋବାଲ୍ ଆପ୍ରୁଭାଲ ରେଟିଂ ରହିଛି ୬୬ ପ୍ରତିଶତ । ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ କରୋନା ସଙ୍କଟରେ ମଧ୍ୟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା, ବ୍ରିଟେନ, ଋଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୩ ଟି ଦେଶର ଅନ୍ୟ ନେତାଙ୍କଠାରୁ ବହୁ ଆଗରେ ଅଛନ୍ତି।

Advertisment

ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ନିଂ କନସଲ୍ଟ ‘ ଦ୍ୱାରା କରୋନା ସମୟରେ ସମଗ୍ର ବିଶ୍ୱରେ ନେତାଙ୍କ ଲୋକପ୍ରିୟତା ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ତେବେ ମହାମାରୀର ମହାସଙ୍କଟ କାଳରେ ବିଶ୍ୱର ସମସ୍ତ ନେତାଙ୍କ ଲୋକପ୍ରିୟତା ସାମାନ୍ୟ ହ୍ରାସ ପାଇଥିବା କଥା ସର୍ବେକ୍ଷଣରେ ଜଣା ପଡ଼ିଥିଲା । ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ନେତାଙ୍କ ଶୀର୍ଷରେ ଅଛନ୍ତି । ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦି ତଳକୁ ଅଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ । ୬୫ ପ୍ରତିଶତ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ସହ ମାରିଓ ଡ୍ରେଗିଙ୍କ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହପରି ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର  ତୃତୀୟ ସ୍ଥାନରେ ଅଛନ୍ତି । ଲୋକେଜ୍ ଓବ୍ରାଡୋରଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ରହିଛି ୬୩ ପ୍ରତିଶତ ।

Advertisment

ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପର୍ଯ୍ୟାୟକ୍ରମେ ବିଶ୍ୱ ନେତାଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ଟ୍ରାକ୍ କରେ । ଏହି ସର୍ବେକ୍ଷଣରେ ନେତାଙ୍କ ବିଷୟରେ ଦେଶର ନାଗରିକମାନଙ୍କ ମତାମତ ସ୍ପଷ୍ଟ ଜଣାପଡ଼ିଯାଏ । ଏହି ସର୍ଭେରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରେଗିଙ୍କ (୬୫%), ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର (୬୩%), ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ (୫୪%), ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ (୫୩%) , ଜୋ ବାଇଡେନ (୫୩%), କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୪୮%), ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (୪୪%), ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ (୩୭%), ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନଚେଜ (୩୬%), ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ (୩୫%), ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ (୩୫%) ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗାଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ରହିଛି (୨୯%)।

Corona News Today
Advertisment
Advertisment