Advertisment

ବଢିଲା ଲକ୍‌ଡାଉନ୍‌ ଅବଧି, ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍‌ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]

ବଢିଲା ଲକ୍‌ଡାଉନ୍‌ ଅବଧି, ଘୋଷଣା କଲେ ମୋଦି

pm modi .

Advertisment

ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍‌ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Advertisment

ମୋଦି କହିଥିଲେ, ଏହି ଲକ୍‌ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ କରୋନା ପ୍ରଭାବରୁ କିଛିଟା ବର୍ତ୍ତି ଯାଇଛି। ଦେଢମାସ ତଳେ ଭାରତର କରୋନା ସ୍ଥିତି ଅନେକ ଦେଶ ସହ ବରାବର ଥିଲା। ହେଲେ ଆଜି ସେସବୁ ଦେଶର ତୁଳନା କଲେ ଦେଖିବା, ସେମାନଙ୍କ ତୁଳନାରେ ଆମେ ବହୁତ ଭଲ ସ୍ଥିତିରେ ଅଛୁ।

କରୋନା ମୁକାବିଲା ପାଇଁ ଆମ ଯେଉଁ ରାସ୍ତା ବାଛିଥିଲେ ତାହାର ଫଳ ଦେଶକୁ ମିଳିଛି। ଏଥିପାଇଁ ଦେଶକୁ ବହୁତ ବଡ ମୂଲ୍ୟ ଦେବାକୁ ପଡ଼ିଥିଲା। ହେଲେ ଭାରତବାସୀଙ୍କ ଜୀବନର ମୂଲ୍ୟ ତୁଳନାରେ ତାହାର ମୂଲ୍ୟ କିଛି ନୁହେଁ। ଆଜିକାର ସ୍ଥିତିରେ ଲକ୍‌ଡାଉନ, ସୋସିଆଲ ଡିଷ୍ଟାନ୍ସିଂର ବହୁତ ଆବଶ୍ୟକତା ରହିଛି।

Advertisment

ଭାରତରେ କରୋନା ଯୁଦ୍ଧ କେମିତି ଲଢିବା, କେମିତି ଜିତିବା ସେଥିପାଇଁ ଲକ୍‌ଡାଉନ ଅବଧି ବଢାଇବାର ଆବଶ୍ୟକତା ରହିଛି। ତେଣୁ ଲକ୍‌ଡାଉନର ଅବଧି ମେ’ ୩ ତାରିଖ ପର୍ଯ୍ୟନ୍ତ ବଢିବ ବୋଲି ମୋଦି ଘୋଷଣା କରିଥିଲେ।

ଲକ୍‌ଡାଉନ୍‌ ନିୟମକୁ ଦେଶବାସୀ ପୂର୍ବପରି ଯେପରି ପାଳନ କରିଥିଲେ ଏଥର ମଧ୍ୟ ସେପରି ପାଳନ କରିବେ ବୋଲି ଆଶ ପ୍ରକଟ କରିଥିଲେ। ତେବେ ଏପ୍ରିଲ ୨୦ ତାରିଖ ପରେ କରୋନା କଟକଣାର ସ୍ଥିତି ସମୀକ୍ଷା କରାଯିବ। ଯେଉଁଠାରେ ନୂଆ ମାମଲା ଆସିବ ନାହିଁ ସେଠାରେ କଟକଣା କୋହଳ କରାଯିବ। ହେଲେ ଯେଉଁଠି ନୂଆ ମାମଲା ଆସିବ ସେଠାରେ ମେ’ ୩ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିବ।

Advertisment

ତେବେ ଏ ନେଇ ସ୍ୱତନ୍ତ୍ର ଗାଇଡ ଲାଇନ୍‌ ଆସନ୍ତାକାଲି ଜାରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ