Advertisment

ମୋଦିଙ୍କ ଦାନ ୧୦୩ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍‌ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି। ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ […]

ଅଦ୍ୟତନ ହୋଇଛି
ମୋଦିଙ୍କ ଦାନ ୧୦୩ କୋଟି

mo

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍‌ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି।

Advertisment

ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ ଲକ୍ଷ ଟଙ୍କା କରିଥିବା ଜଣାପଡ଼ିଛି। ଯାହାକି କୋଭିଡ-୧୯ର ମୁକାବିଲା କରିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ସହାୟତା, ଆପାତଃକାଳୀନ ସହାୟତା ଆଦି ଖର୍ଚ୍ଚର ଭରଣା ପାଇଁ ଏହି ଫଣ୍ଡ ମାର୍ଚ୍ଚ ମାସରେ ଗଠନ କରାଯାଇଥିଲା। ତେବେ ଏହି ପାଣ୍ଠି ଗଠନ ହେବାର ୫ଦିନ ଭିତରେ ୩,୦୭୬.୬୨ କୋଟି ଟଙ୍କା ଜମା ହୋଇଥିଲା। ବୁଧବାର ଏନେଇ ଜନସାଧାରଣରେ ଜାରି କରାଯାଇଥିବା ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟରୁ ଜଣାପଡ଼ିଛି।

ଏହା ପୂର୍ବରୁ ୨୦୧୯ ମସିହାରେ ନିଜ ବ୍ୟକ୍ତିଗତ ସଞ୍ଚୟରୁ ମୋଦି ୨୧ଲକ୍ଷ ଟଙ୍କା କୁମ୍ଭମେଳାକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ଦାନ କରିଥିଲେ। ଦକ୍ଷିଣ କୋରିଆରେ ପାଇଥିବା ସିଓଲ ଶାନ୍ତି ପୁରସ୍କାରର ଅର୍ଥରାଶିକୁ ସେ ଗଙ୍ଗା ସଫେଇ ପାଇଁ ନମାମି ଗଙ୍ଗେ ପ୍ରୋଜେକ୍ଟକୁ ଦାନ କରିଥିଲେ। ଏହି ସବୁ ଦାନକୁ ମିଶାଇ ସେ ୧୦୩କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

Advertisment

ପୂର୍ବ ନିଲାମରେ ତାଙ୍କୁ ମିଳିଥିବା ମାନପତ୍ର ଗୁଡ଼ିକୁ ନିଲାମ କରି ସେ ୩.୪୦ କୋଟି ଟଙ୍କା ପାଇଥିଲେ। ଏହାକୁ ମଧ୍ୟ ସେ ନମାମି ଗଙ୍ଗେକୁ ଦାନ କରିଛନ୍ତି। ଏହା ପୂର୍ବରୁ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ସମୟରେ ୨୦୧୪ ମସିହାରେ ସରକାରୀ ଷ୍ଟାଫଙ୍କ ଝିଅମାନଙ୍କ ଉଦ୍ଦେଶ୍ୟରେ ୨୧ଲକ୍ଷ ଟଙ୍କା ଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ