Advertisment

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଅରୁଣାଚଳରେ ପ୍ରଚାର ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଓଡ଼ିଶା, ଆନ୍ଧ୍ର ଏବଂ ତେଲେଙ୍ଗାନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବ ଅଭିଯାନ ଆରମ୍ଭ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ମୋଦି ଆଜି ଅରୁଣାଚଳ ଗସ୍ତରେ ଅଛନ୍ତି।  ମିଶନ ୨୦୧୯ ପାଇଁ ନିର୍ବାଚନ ବିଗୁଲ ବଜାଇ ସାରିଥିବା ମୋଦି ଦେଶର ବିକାଶ ଉତ୍ତର ପୂର୍ବରୁ ହିଁ ହେବ ବୋଲି ଦୋହରାଇଛନ୍ତି। ପଶ୍ଚିମ ସିଆଙ୍ଗର ଆଲୋରେ ନିର୍ବାଚନୀ ପ୍ରଚାର ସଭାରେ ସେ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ […]

author-image
Sangita Sahu
ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଅରୁଣାଚଳରେ ପ୍ରଚାର ଆରମ୍ଭ କରିବେ ମୋଦି

modi

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଓଡ଼ିଶା, ଆନ୍ଧ୍ର ଏବଂ ତେଲେଙ୍ଗାନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବ ଅଭିଯାନ ଆରମ୍ଭ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ମୋଦି ଆଜି ଅରୁଣାଚଳ ଗସ୍ତରେ ଅଛନ୍ତି।  ମିଶନ ୨୦୧୯ ପାଇଁ ନିର୍ବାଚନ ବିଗୁଲ ବଜାଇ ସାରିଥିବା ମୋଦି ଦେଶର ବିକାଶ ଉତ୍ତର ପୂର୍ବରୁ ହିଁ ହେବ ବୋଲି ଦୋହରାଇଛନ୍ତି।

Advertisment

ପଶ୍ଚିମ ସିଆଙ୍ଗର ଆଲୋରେ ନିର୍ବାଚନୀ ପ୍ରଚାର ସଭାରେ ସେ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।  ଏହା ସହ ଅରୁଣାଚଳପ୍ରଦେଶର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଚୌକିଦାରୀ କରିବାକୁ ସେ କହିଛନ୍ତି। ଅରୁଣାଚଳ ପରେ ମୋଦି ଆସାମ ଗସ୍ତ କରିବେ। ସେଠାରେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

Advertisment
Advertisment