Advertisment

"ମୋଦି କାନ ଧରି ଉଠ୍‌ବସ୍‌ ହେବା କଥା"

ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ

author-image
Sarbeswar

mamata-modi

କୋଲକାତା: ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ। ଆଉ ଯାହାକୁ ନେଇ ପୁଣି ଥରେ ମୋଦିଙ୍କ ଉପରେ ବର୍ଷିଛନ୍ତି ଦିଦି। ନିର୍ବାଚନ ପ୍ରଚାର ଉପରେ ଲାଗୁ ହୋଇଥିବା ୨୪ଘଣ୍ଟିଆ ନିଷେଧାଦେଶ ଶେଷ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମତୁଆ ସମ୍ପ୍ରଦାୟ ପାଇଁ ସେ କିଛି କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥାକୁ ‘ଚାଲେଞ୍ଜ୍‌’ କରି ସେ କହିଲେ, ମୁଁ ଏ ‘ଚାଲେଞ୍ଜ୍‌’କୁ ଗ୍ରହଣ କରୁଛି। ଯଦି ମୁଁ କିଛି କରିନାହିଁ, ମୁଁ ରାଜନୀତି ଛାଡ଼ିଦେବି ଆଉ କିଛି ନ କରି ଆପଣ ଯଦି ମିଛ କହୁଥାଆନ୍ତି, ତେବେ ଆପଣ କାନଧରି ଉଠ୍‌ବସ୍‌ ହେବେ ବୋଲି। ଆଉ ମମତାଙ୍କର ଏହି ବକ୍ତବ୍ୟ ପରେ ବଙ୍ଗର ରାଜନୀତି ଆହୁରି ଉଷ୍ମ ହୋଇଛି।

Advertisment

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିସନ୍‌ କେବେ ରାଜ୍ୟରେ ଆଠ ପର୍ଯ୍ୟାୟ ନିର୍ବାଚନ ଘୋଷଣା କରି ନ ଥିଲା। ସେଥିରୁ ଏବେ ମାତ୍ର ଚାରିଟି ପର୍ଯ୍ୟାୟ ଶେଷ କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଶନିବାର ଦିନ ଭୋଟ୍‌ ଗ୍ରହଣ କରାଯିବ। ନିର୍ବାଚନ ତାରିଖମାନଙ୍କରେ ‘ନିର୍ବାଚନ କମିସନ୍‌’ କାହିଁକି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ନିଷେଧାଦେଶ ଜାରି କରୁନାହିଁ? ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ପଚାରିଛନ୍ତି। ଏହାସହ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ କୋଲ୍‌କାତା ମଧ୍ୟ ଭାଗରେ ଥିବା ଏକ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ଧାରଣା ଦେଇଥିଲେ।

ଏଠାରେ ଆମେ କହିରଖୁଛୁ, ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗରେ ରାଜନୀତି ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ମମତା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ମୋଦି ଏଥର ବଙ୍ଗରେ ଫୁଟାଇବାକୁ ଅନବରତ ଚେଷ୍ଟା କରୁଛନ୍ତି। ତେବେ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜୋରଦାର ଥିବା ବେଳେ ମମତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ଉପୁଜିଥିଲା। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମମତାଙ୍କୁ ଜାରି ହୋଇଥିଲା ଆଉ ଏକ ନୋଟିସ୍। ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରୀ ସୁରକ୍ଷାବଳ ବିରୋଧରେ ମମତା ବାନାର୍ଜୀ ଭୁଲ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା।

Advertisment

ସେପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ରୀୟ ସୁରକ୍ଷାବଳ ବିରୋଧର ଦିଦିଙ୍କ ଏଭଳି ବୟାନ, ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ଆଡ଼କୁ ସଙ୍କେତ ଦେଉଛି। ମମତା ଦିଦି ଜାଣିସାରିଲେଣି ନିର୍ବାଚନ ଫଳାଫଳ ଟିଏମସି ବିରୋଧରେ ଯାଉଛି। ହେଲେ ସମୟ କହିବ ବଙ୍ଗର ଦିଲ୍ଲୀ ଜିତୁଛି କିଏ?

West Bengal Election
Advertisment
Advertisment