Advertisment

କଂଗ୍ରେସ ନେତା ଗୁଲାମ ନବୀଙ୍କୁ ବିଦାୟ ଦେବାବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ […]

କଂଗ୍ରେସ ନେତା ଗୁଲାମ ନବୀଙ୍କୁ ବିଦାୟ ଦେବାବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

pm-modi

Advertisment

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Advertisment

ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ କଥା ମନେ ପକାଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଓ ଗୁଲାମ ନବୀ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଆତଙ୍କବାଦୀମାନେ ଗୁଜରାଟ ଟୁରିଷ୍ଟଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ଘଟିବା ପରେ ପ୍ରଥମେ ଗୁଲାମ ନବୀ ମୋଦିଙ୍କ ପାଖକୁ ଫୋନ୍ କରି ସମବେଦନା ଜଣାଇଥିଲେ। ଫୋନ୍‌ କରିବା ବେଳେ ତାଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା।

Advertisment

ରାତିରେ ଏୟାରପୋର୍ଟରେ ଥିବା ବେଳେ ମଧ୍ୟ ପୁଣି ଥରେ ଫୋନ୍ କରିଥିଲେ ଗୁଲାମ ନବୀ। ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚିନ୍ତା କଲା ଭଳି ଚିନ୍ତା ବ୍ୟକ୍ତ କରିଥିଲେ ଗୁଲାମ। ଏହି ସ୍ମୃତି ମନେ ପକାଇବା ବେଳେ ପ୍ରଧାନମନ୍ତ୍ରୀଙ୍କ ଛାତି କୋହରେ ଭରିଯାଇଥିଲା। ଏହାପରେ ସଂସଦରେ ସମସ୍ତେ ତାଳିମାରି ଗୁଲାମ ନବୀଙ୍କୁ ଧନ୍ୟବାଦ ବ୍ୟକ୍ତ କରିଥିଲେ।

ମୋଦି ଆହୁରି ମଧ୍ୟ କହିଥିଲେ, ପଦବୀ ଓ ପାୱାର ଜୀବନରେ ଆସେ ଓ ଯାଏ। କିନ୍ତୁ ଏହାକୁ କିପରି ନିୟନ୍ତ୍ରଣ କରିହେବ ତାହା ଗୁଲାମ ନବୀଙ୍କ ଠାରୁ ଶିଖିବା ଦରକାର ବୋଲି ମୋଦି କହିଥିଲେ। ଏତିକି ବେଳେ ଶ୍ରଦ୍ଧାରେ ତାଙ୍କୁ ସାଲ୍ୟୁଟ୍ କରିବା ବେଳେ କାନ୍ଦି ପକାଥିଲେ ମୋଦି। ଏହି ଘଟଣା ତାଙ୍କ ପାଇଁ ଭବପ୍ରବଣର ଦିନ ଥିଲା। ଏଥିପାଇଁ ଏକ ବନ୍ଧୁ ଭାବରେ ଗୁଲାମଙ୍କ ଆଦର କରେ ବୋଲି ମୋଦି କହିଥିଲେ।

Advertisment

ସମ୍ବର୍ଦ୍ଧନା ଭାଷଣ ଆରମ୍ଭରୁ ବିଦାୟୀ ୪ ସଦସ୍ୟ ସମସେର ସିଂହ, ମୀର ମହମ୍ମଦ, ନଜୀର ମହମ୍ମଦ ଓ ଗୁଲାମ ଅଲ୍ଲୀଙ୍କୁ  ନୂତନ କାର୍ଯ୍ୟ ପାଇଁ ଶୁଭକାମନା ଜଣାଇଥିଲେ। ଗୁଲାମ ନବୀଙ୍କ ପରେ ଯେଉଁ ସଦସ୍ୟ ଆସିବେ ତାଙ୍କୁ ଗୁଲାମ ନବୀଙ୍କ ସହିତ ତୁଳନା କରିବା କଷ୍ଟକର ବ୍ୟାପାର ବୋଲି କହିବା ସହିତ କରୋନା ସମୟରେ ଗୁଲାମନବୀଙ୍କର ଉପଦେଶ କଥା ମନେ ପକାଇଥିଲେ ମୋଦି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ମୁଁ ଫ୍ଲୋର୍‌ ଲିଡରଙ୍କ ସହ ବୈଠକ କରୁଥିଲି। ସେତେବେଳେ ଗୁଲାମ ନବୀ ମୋତେ ଫୋନ୍‌ କରି ସର୍ବଦଳୀୟ ବୈଠକ ଡାକିବା ପାଇଁ ଉପଦେଶ ଦେଇଥିଲେ। ତାଙ୍କରି ଉପଦେଶ ନେଇ ମୁଁ ସର୍ବଦଳୀୟ ବୈଠକ ଡାକିଥିଲି। ଏହା ସ୍ୱୀକାର କରିବା ପାଇଁ ମୋତେ ଦୁଃଖ ନାହିଁ ବୋଲି ମୋଦି କହିଥିଲେ।

ଗୁଲାମନବୀଙ୍କର ଏକ ଭଲଗୁଣ ରହିଛି। ସେ ତାଙ୍କର ସରକାରୀ ବଗିଚାକୁ ଖୁବ୍‌ ସୁନ୍ଦର ଭାବରେ ସଜାନ୍ତି। ଯେତେବେଳେ ପ୍ରତିଯୋଗିତା ହୁଏ ସେତେବେଳେ ଗୁଲାମଙ୍କ ବଙ୍ଗଳା ନମ୍ବର ୱାନ୍ ହୋଇଥାଏ ବୋଲି ମୋଦି କହିଥିଲେ।

ଗୁଲାମଙ୍କ ବ୍ୟକ୍ତିତ୍ୱକୁ ପ୍ରଶଂସା କରି ମୋଦି କହିଥିଲେ, ଗୁଲାମଙ୍କର ସୌମ୍ୟତା,ନମ୍ରତା ଓ ଦେଶପାଇଁ କିଛି କରିବାର ଇଚ୍ଛା ତାଙ୍କୁ କେବେ ହେଲେ ବସିବାକୁ ଦେବନି। ତେଣୁ ସେ ଯେଉଁ ପଦ ସମ୍ଭାଳିବେ ଦେଶପାଇଁ କାମ କରିବେ। ଦେଶ ତାଙ୍କଠାରୁ ଲାଭାନ୍ୱିତ ହେବ। ସମସ୍ତ ୪ ସଦସ୍ୟଙ୍କ ପାଇଁ ମୋ ଦ୍ୱାର ସବୁ ବେଳେ ଖୋଲା ରହିଛି ବୋଲି କହିବା ସହିତ ଗୁଲାମ ନବୀଙ୍କ ବିଚାର ଓ ପରାମର୍ଶ ମୋତେ ନିଶ୍ଚୟ ମିଳିବ ବୋଲି ମୋଦି କହିଥିଲେ।

ଅନ୍ୟପଟେ କଂଗ୍ରେସ ଯଦି ଗୁଲାମ୍‌ ନବୀଙ୍କୁ ପୁଣି ଥରେ ରାଜ୍ୟସଭାକୁ ନପଠାଏ ତେବେ ଏନ୍‌ଡିଏ ତରଫରୁ ସେ ଗୃହକୁ ଆସିବା ଜରୁରୀ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ। ଆଜାଦଙ୍କ ବ୍ୟକ୍ତିତ୍ୱ ଗୃହରେ ଆବଶ୍ୟକ। ତେଣୁ ସେ ପୁଣି ଥରେ ଫେରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ୍ କହିଛନ୍ତି। କାଶ୍ମୀର ପ୍ରଗତି ପାଇଁ ମୋଦି ପ୍ରତିଶ୍ରୁତିବଦ୍ଧ। ତେଣୁ ଗୁଲାମନବୀ ଏଥିରେ ସାମିଲ ହୁଅନ୍ତୁ ବୋଲି ବିଦାୟକାଳୀନ ଅଭିଭାଷଣରେ ଅଠାୱାଲେ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ