Advertisment

ମନ୍‌ କି ବାତ୍; ଓଡ଼ିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶର ସାମର୍ଥ୍ୟ ଓ ଆତ୍ମନିର୍ଭରତା ସମ୍ପର୍କରେ ସୂଚନା ଦେବା ସହିତ ଟିମ୍‌ ଇଣ୍ଡିଆରେ ଅଷ୍ଟ୍ରେଲିଆ ବିଜୟ ସମ୍ପର୍କରେ ମଧ୍ୟ କହିଛନ୍ତି। ତା ସହିତ ଦେଶର ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ସାମ୍ୟାକ ସୂଚନା ଦେଇଛନ୍ତି ମୋଦି। ସେଥିମଧ୍ୟରୁ ଓଡ଼ିଶାର ପଟ୍ଟଚିତ୍ରଶିଳ୍ପୀ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ଜଣାଇଛନ୍ତି ମୋଦି। ଦିଲ୍ଲୀରେ ତ୍ରିରଙ୍ଗା […]

ମନ୍‌ କି ବାତ୍; ଓଡ଼ିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

vagyshree

Advertisment

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶର ସାମର୍ଥ୍ୟ ଓ ଆତ୍ମନିର୍ଭରତା ସମ୍ପର୍କରେ ସୂଚନା ଦେବା ସହିତ ଟିମ୍‌ ଇଣ୍ଡିଆରେ ଅଷ୍ଟ୍ରେଲିଆ ବିଜୟ ସମ୍ପର୍କରେ ମଧ୍ୟ କହିଛନ୍ତି। ତା ସହିତ ଦେଶର ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ସାମ୍ୟାକ ସୂଚନା ଦେଇଛନ୍ତି ମୋଦି। ସେଥିମଧ୍ୟରୁ ଓଡ଼ିଶାର ପଟ୍ଟଚିତ୍ରଶିଳ୍ପୀ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ଜଣାଇଛନ୍ତି ମୋଦି।

Advertisment

ଦିଲ୍ଲୀରେ ତ୍ରିରଙ୍ଗା ଅପମାନ

ତେବେ ଏସବୁ ଭିତରେ ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତ୍ରିରଙ୍ଗାର ଅପମାନ ଦେଶକୁ ଦୁଃଖ ଦେଇଛି ବୋଲି ମୋଦି କହିଛନ୍ତି।

ମନ କି ବାତ୍‌ କାର୍ଯ୍ୟକ୍ରମରେ ଗଣତନ୍ତ୍ର ଦିବସରେ ହୋଇଥିବା ଘଟଣା ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଦିଲ୍ଲୀରେ ୨୬ ଜାନୁଆରୀରେ ତ୍ରିରଙ୍ଗା ପତାକାର ଅପମାନ ଦେଖି ଦେଶ ବହୁତ ଦୁଃଖୀ ହୋଇଛି। ଏସବୁ ଛାଡ଼ି ଆଗାମୀ ସମୟରେ ନୂଆ ଆଶା ଓ ନୂତନତାରେ ଭରିଦେବାର ଅଛି। ଗତବର୍ଷ ଆମେ ଆସାଧାରଣ ଧୈର୍ଯ୍ୟ ଓ ସାହାର ପରିଚୟ ଦେଇଥିଲେ। ଏ ବର୍ଷ ବି ଆମେ କଠିନ୍ନ ପରିଶ୍ରମ କରି ନିଜର ସଂକଳ୍ପକୁ ସିଦ୍ଧ କରିବା। ଆମେ ଦେଶକୁ ଆଗକୁ ବଢ଼ାଇବା।

Advertisment

ଏହାପରେ କରୋନା ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ଆଲୋଚନା କରିଥିଲେ ମୋଦି। ଟିକାକରଣ ଅଭିଯାନର ସଫଳତା ସମ୍ପର୍କରେ ଆଲୋଚନା କରିବା ସହିତ ଟିକାକରଣରେ ଭାରତ ବ୍ରିଟେନ୍‌ ଓ ଆମେରିକାକୁ ଟକ୍କର ଦେଇଥିବା ମୋଦି କହିଛନ୍ତି।

ଯୁବ ଲେଖକଙ୍କ ପାଇଁ ଆହ୍ୱାନ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ଏବର୍ଷ ଠାରୁ ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି। ଏଥିରେ ଦେଶର ସ୍ୱାଧିନତା ସଂଗ୍ରାମୀଙ୍କ ସମ୍ପର୍କରେ ଅଧିକ ଜାଣିହେବ ବୋଲି ମୋଦି କହିଛନ୍ତି। ଦେଶର କୋଣ ଅନୁକୋଣରେ ଅନେକ ମହାତ୍ମା ଜନ୍ମ ନେଇଛନ୍ତି। ତେଣୁ ତାଙ୍କ ବିଷୟରେ ଲେଖି ପରପିଢ଼ି ପାଇଁ ସ୍ମୃତି ଜୀବିତ ରଖିବାକୁ ଯୁବ ଲେଖକଙ୍କୁ ଅହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଏଥିପାଇଁ ନିଜ ନିଜ ଅଞ୍ଚଳରେ ଥିବା ସ୍ୱାଧିନତା ସଂଗ୍ରାମୀଙ୍କ ସମ୍ପର୍କରେ ପୁସ୍ତକ ଲେଖିବା ପାଇଁ ଯୁବ ଲେଖକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଲେଖକଙ୍କ ଲେଖା ସ୍ୱାଧୀନତା ସାଂଗ୍ରାମୀଙ୍କ ପାଇଁ ଉତ୍ତମ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୋଦି କହିଛନ୍ତି।

ଯୁବ ଲେଖଙ୍କ ପାଇଁ 'ଇଣ୍ଡିଆ ସେଭେଣ୍ଟି ଫାଇପ୍'‌ ନାଁରେ ଏକ ନୂଆ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି। ଏଥିରେ ସବୁ ରାଜ୍ୟ ଓ ଭାଷାର ଯୁବ ଲେଖକଙ୍କୁ ପ୍ରୋତ୍ସାହନ ମିଳିବ। ଭାରତୀୟ ଶାସନ ଓ ସଂସ୍କୃତି ଉପରେ ଲେଖିବା ପାଇଁ ବହୁ ସଂଖ୍ୟାରେ ଲେଖକ ପ୍ରସ୍ତୁତ ହେବେ। ଯେଉଁମାନଙ୍କର ଏହିସବୁ ବିଷୟରେ ଗଭୀର ଅଧ୍ୟୟନ ରହିବ। ଫଳରେ ଉଜ୍ଜ୍ୱଳ ଭବିଷ୍ୟତର ପଥ ନିର୍ଦ୍ଧାରଣ କରିବା ପାଇଁ ଦେଶର ଥଟ୍‌ ଲିଡର୍‌ଙ୍କର ଏକ ବର୍ଗ ବି ତିଆରି ହେବ। ଏଥିପାଇଁ ଯୁବବର୍ଗକୁ ଆହ୍ୱାନ କରିଛନ୍ତି ମୋଦି। ଏସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଶି‍କ୍ଷା ମନ୍ତ୍ରାଳୟର ୱେବ୍‌ସାଇଟ୍‌ର ମିଳିପାରିବ ବୋଲି ମୋଦି ସୂଚନା ଦେଇଛନ୍ତି।

ଏହାପରେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ଓଡ଼ିଶାର ପଟ୍ଟଚିତ୍ରଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କ କଥା କହିଛନ୍ତି।

ଓଡ଼ିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି  “ସାରା ଦେଶର ଅନେକ ଲୋକ ନୂଆ ନୂଆ ଶୌଳୀରେ ଆମ କଳାକୁ ଲୋକପ୍ରିୟ କରୁଛନ୍ତି। ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଥା ଦେଖନ୍ତୁ। ସେ ଇଞ୍ଜିନିୟରିଂ ଛାତ୍ର ହୋଇଥିଲେ ବି ଗତ କିଛି ମାସ ହେବ ପଟ୍ଟଚିତ୍ର କଳା ଶିଖିବା ସହିତ ସେଥିରେ ନିପୁଣ ହୋଇଯାଇଛନ୍ତି।” ସଫ୍ଟ ଷ୍ଟୋନ୍‌ରେ ପେଣ୍ଟ କରି ସେ ଲୋକପ୍ରିୟ ହୋଇଛନ୍ତି ବୋଲି ମୋଦି କହିଛନ୍ତି।

ଭାଗ୍ୟଶ୍ରୀଙ୍କ ସମ୍ପର୍କରେ ଆହୁରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ କଲେଜ୍ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ କିଛି ସଫ୍ଟ ଷ୍ଟୋନ୍ ମିଳିଥିଲା। ସେ ଏହି ସଫ୍ଟ ଷ୍ଟୋନ୍‌କୁ ଆଣି ସଫା କରି ପ୍ରତିଦିନ ଏହାରି ଉପରେ ଦୁଇଘଣ୍ଟା ଧରି ଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ଏବଂ ସାଙ୍ଗମାନଙ୍କୁ ଉପହାର ମଧ୍ୟ ଦେଉଥିଲେ। ଲକ୍‌ଡାଉନ୍‌ ସମୟରେ ସମୟ ନଷ୍ଟ ନ କରି ସେ ବୋତଲ ଉପରେ ମଦ୍ୟ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଦେଇଥିଲେ। ଏବେ ପଟ୍ଟଚିତ୍ର ଉପରେ ୱାର୍କସପ୍ ବି ଆୟୋଜିତ କରୁଛନ୍ତି। ଏମିତିକି କିଛିଦିନ ପୂର୍ବରୁ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥରରେ ପଟ୍ଟଚିତ୍ର ଆଙ୍କି ଏକ ନୂତନ ଶୈଳୀରେ ଦେଶର ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।” ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରି ଆର୍ଟ ଓ କଳା କ୍ଷେତ୍ରରେ ଅନେକ କିଛି ଶିଖାଯାଇପାରେ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ