Advertisment

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଜେନେରାଲ୍‌ ଆସେମ୍ବଲୀକୁ ସମ୍ବୋଧନ କରିଛନ୍ତି ମୋଦି। ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି। ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି। କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ? ଜାତିସଂଘ ଉପରେ […]

ଅଦ୍ୟତନ ହୋଇଛି
ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

pm-modi

Advertisment

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଜେନେରାଲ୍‌ ଆସେମ୍ବଲୀକୁ ସମ୍ବୋଧନ କରିଛନ୍ତି ମୋଦି।

Advertisment

ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି। ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି। କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ? ଜାତିସଂଘ ଉପରେ ଭାରତବାସୀଙ୍କ ବିଶ୍ୱାସ ବହୁ କମ ଦେଶରେ ମିଳିବ। ଭାରତକୁ କେତେଦିନ ଯାଏ ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ଯେବେ ଆମେ ମଜବୁତ ଥିଲୁ କେବେ ପୃଥିବୀକୁ କଷ୍ଟ ଦେଇନୁ। ଯେବେ ବିବଶ ଥିଲୁ, ପୃଥିବୀ ଉପରେ ବୋଝ ହୋଇନୁ ବୋଲି ମୋଦି କରିବା ସହିତ ଏଭଳି ଦେଶକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ଆମେ ପୂରା ବିଶ୍ୱକୁ ଏକ ପରିବାର ମାନୁ, ଏହା ଆମର ସଂସ୍କୃତି ବୋଲି ମୋଦି କହିଛନ୍ତି।

Advertisment

ୟୁଏନ୍‌ଜିଓର ୭୫ ବର୍ଷ ପୂର୍ତ୍ତି ଅବସରରେ  ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସବୁବେଳେ ବିଶ୍ୱ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛି। ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଭାରତ ସବୁଠାରୁ ଅଧିକ ଯବାନଙ୍କୁ ହରାଇଛି। ଭାରତ ନିଜ ସ୍ୱାର୍ଥ ନୁହେଁ, ସବୁବେଳେ ମାନବଜାତିର ସ୍ୱାର୍ଥ ଚାହିଁଛି। ଭାରତ ଯେବେ ବନ୍ଧୁତ୍ୱର ହାତ ବଢ଼ାଏ, କାହା ଖିଲାପରେ ଯାଏନି ବୋଲି ଜତିସଂଘରେ ଡିବେଟ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହିତ କରୋନା ସମୟରେ ସାରା ବିଶ୍ୱକୁ ଭାରତର ସହଯୋଗ କଥା ମନେ ପକାଇ ମୋଦି କହିଛନ୍ତି, ମହାମାରୀ ଭଳି କଠିନ ସମୟରେ ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି। ଭାରତର ଭ୍ୟାକସିନ ଉତ୍ପାଦନ କ୍ଷମତା ମାନବ ଜାତିର କଲ୍ୟାଣରେ ଲାଗିବ। ସମସ୍ତଙ୍କୁ ଭ୍ୟାକସିନ ଯୋଗାଣରେ ଭାରତ ସବୁ ଦେଶକୁ ସହଯୋଗ କରିବ। ଆମର ମାର୍ଗ ଜନ କଲ୍ୟାଣରୁ ଜଗତ କଲ୍ୟାଣ ଯାଏ ପରିବ୍ୟାପ୍ତ। ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଆମେ ଆତ୍ମନିର୍ଭର ଦିଗରେ ଅଗ୍ରସର ହୋଇଛୁ। ଜାତିସଂଘରେ ସନ୍ତୁଳନ ଓ ସଶକ୍ତୀକରଣ ବିଶ୍ୱକଲ୍ୟାଣ ପାଇଁ ଅନିବାର୍ଯ୍ୟ ବୋଲି ମୋଦି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ