pm modi
ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍ଡାଉନ୍କୁ ବହୁତ୍ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ ପାଇଁ ଆଜି ଦେଶ କରୋନା ମହାମାରୀରୁ କିଛିଟା ବର୍ତ୍ତି ଯାଇଛି। ତେବେ ଏହି ଯୁଦ୍ଧ ଏତିକିରେ ସରି ଯାଇନାହିଁ। କରୋନାକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ପାଇଁ ସଂଗ୍ରାମ ଆହୁରି ଜୋରଦାର କରିବାକୁ ପଡ଼ିବ। ତେଣୁ ଲକ୍ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ପଡ଼ିବ ମେ’ ୩ ତାରିଖ ପର୍ଯ୍ୟନ୍ତ। ଆଗାମୀ ଏକ ସପ୍ତାହ ଆମ ପାଇଁ କଠୋର ସମୟ। ତେଣୁ ଯେଉଁଠି ଅଛେ, ସେଇଠି ରହିବା। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ସମସ୍ତେ ସଚେତନ ହେବା ଉଚିତ୍। ଯେଉଁଠି ସ୍ଥିତି ସୁଧୁରିବ ସେଠାରେ ଲକ୍ଡାଉନ ନିୟମ କୋହଳ କରାଯିବ ବୋଲି କହି ରାଜ୍ୟ କୋର୍ଟକୁ ଲକ୍ଡାଉନ ବଲ୍କୁ ଫିଙ୍ଗି ଦେଇଛନ୍ତି ମୋଦି।
ହଟସ୍ପଟ ସ୍ଥାନରେ ଯେପରି ସଂକ୍ରମିତଙ୍କ ସଂଖ୍ୟା ନ ବଢେ, କୌଣସି ନୂଆ ସ୍ଥାନକୁ ଯେପରି କରୋନା ସଂକ୍ରମଣ ନ ହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ମୋଦି କହିଥିଲେ । ସଂକ୍ରମଣ କମାଇବା ପାଇଁ ଆହୁରି କଡା ପଦକ୍ଷେପ ନେବାକୁ ପଡ଼ିବ। ଘରୁ ବାହାରିବା ନିୟମ ଆହୁରି କଡାକଡି କରିବାକୁ ପଡ଼ିବ ବୋଲି କହିଥିଲେ।
ମୋଦି କହିଥିଲେ, ଦେଶରେ କରୋନା ସ୍ଥିତିର ସମୀକ୍ଷା ଏପ୍ରିଲ ୨୦ ତାରିଖରେ କରାଯିବ। ଏହି ସମୀକ୍ଷା ରାଜ୍ୟ, ଜିଲ୍ଲା ଏପରିକି ଥାନା ୱାରି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁଠି ନୂଆ ମାମଲା ସାମ୍ନାକୁ ନ ଆସିବ ସେଠାରେ ଲକ୍ ଡାଉନ ଅବଧି ସର୍ତ୍ତମୂଳକ କୋହଳ କରାଯିବ। କିନ୍ତୁ ଯେଉଁଠି ନୂଆ ମାମଲା ଆସିବ ସେଠାରେ ଲକ୍ଡାଉନ ନିୟମ ମେ’ ୩ ତାରିଖ ପର୍ଯ୍ୟନ୍ତ କଡାକଡି କରାଯିବ। ଏପରିକି କୋହଳ ହୋଇଥିବା ଜାଗାରେ ଯଦି ନୂଆ ମାମଲା ସାମ୍ନାକୁ ଆସିଲା ତେବେ ସେଠାରେ ଲକଡାଉନ ନିୟମ ପୁଣି କଡାକଡି କରାଯିବ।
କଟକଣା କୋହଳ ହେଉଥିବା ଅଞ୍ଚଳରେ କିଛି ଜରୁରୀ ସେବା ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିପାରେ। ହେଲେ ସେଠାରେ କଡ଼ାକଡ଼ି ଭାବେ ସମାଜିକ ଦୂରତାକୁ ପାଳନ କରାଯିବ। ମୋଦି ଆଜି ଉଦବୋଧନ ଦେବା ବେଳେ ଚାଷୀ ଓ ଶ୍ରମିକଙ୍କ କଥା ଉଠାଇଥିଲେ। ସେମାନେ ଲକଡାଉନ ବେଳେ ଅଧିକ ପ୍ରଭାବିତ ହେଉଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଛିଟା ନିୟମ କୋହଳ କରାଯିବା ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଏ ସମ୍ପର୍କିତ ଗାଇଡଲାଇନ ଜାରି କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm-modi-13_1626073156.jpg)