Advertisment

ଏବେ 'ହ୍ୱାଟ୍ ଟୁ ଥିଙ୍କ୍' ନୁହେଁ, 'ହାଓ ଟୁ ଥିଙ୍କ୍' ଉପରେ ଫୋକସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନଇପି) କନକ୍ଲେଭରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନି-ଚାରି ବର୍ଷର ବିଚାର ବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ଭାରତ ସଶକ୍ତ ହେବ। ନୂଆ ଶିକ୍ଷା ନୀତି ଭାରତର ପ୍ରକୃତ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି ଆହୁରି କହିଛନ୍ତି, ଆଜି ଏହି ନୀତିକୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଏବେ 'ହ୍ୱାଟ୍ ଟୁ ଥିଙ୍କ୍' ନୁହେଁ, 'ହାଓ ଟୁ ଥିଙ୍କ୍' ଉପରେ ଫୋକସ୍

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନଇପି) କନକ୍ଲେଭରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନି-ଚାରି ବର୍ଷର ବିଚାର ବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ଭାରତ ସଶକ୍ତ ହେବ। ନୂଆ ଶିକ୍ଷା ନୀତି ଭାରତର ପ୍ରକୃତ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ମୋଦି ଆହୁରି କହିଛନ୍ତି, ଆଜି ଏହି ନୀତିକୁ କେହି ବିରୋଧ କରୁନାହାନ୍ତି, କାରଣ ଏଥିରେ କୌଣସି ଏକତରଫା ବିଷୟ ନାହିଁ। ଏହି ନୂଆ ଶିକ୍ଷା ନୀତିକୁ ନେଇ ସମସ୍ତ ସୂଚନା ସ୍ପଷ୍ଟ ହେବ। ଆଜି ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି, କାରଣ ଏହା ଅଲଗା ଅଲଗା ବିଚାରଧାରା ଥିବା ଲୋକଙ୍କୁ ନିଜର ବିଚାର ଉପସ୍ଥାପନା କରିବାକୁ ସୁଯୋଗ ଦେବ। ମୋଟାମୋଟି ଭାବେ କହିବାକୁ ଗଲେ, ଏହାର ପୂରା ଲାଭ ଶିକ୍ଷା ବ୍ୟବସ୍ଥାକୁ ମିଳିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପିଲାମାନଙ୍କର ଘରୋଇ ଭାଷା ଏବଂ ସ୍କୁଲ ଭାଷା ସମାନ ହେବା ଦରକାର। ଏହାଦ୍ୱାରା ସେମାନଙ୍କୁ ଶିଖିବା ସହଜ ହେବ। ଏବେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ସୁବିଧା ମିଳିବ। ଏବେ ନୂଆ ଶିକ୍ଷା ନୀତି 'ହ୍ୱାଟ୍ ଟୁ ଥିଙ୍କ୍' ସହ ଆଗକୁ ବଢ଼ୁଥିଲା, କିନ୍ତୁ ଏବେ ଆମେ ଲୋକଙ୍କୁ 'ହାଓ ଟୁ ଥିଙ୍କ୍' ଉପରେ ଜୋର୍ ଦେବୁ। ଏବେ ପିଲାମାନେ କିପରି ନିଜ କୋର୍ସ ଉପରେ ଫୋକସ୍ କରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ। ଯଦି ପିଲାମାନଙ୍କୁ ପାଠପଢ଼ାରେ ମନ ଲାଗିବ, ତାହେଲେ ସେମାନେ ଅଧାରୁ କୋର୍ସ ଛାଡ଼ିପାରିବେ। ଫଳସ୍ୱରୂପ ଏବେ ଛାତ୍ରମାନେ କେବେବି କୋର୍ସ ଛାଡ଼ିପାରିବେ ଏବଂ ପୁନର୍ବାର ଯୋଡ଼ି ହୋଇପାରିବେ।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି କୌଣସି ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ ଗୋଟିଏ ପ୍ରଫେସନ୍ ଉପରେ ନିର୍ଭର କରି ରହୁନାହିଁ। ଏଭଳି ସ୍ଥିତିରେ ତାଙ୍କୁ କିଛି ଶିଖିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର। ଦେଶରେ ଭେଦଭାବ, ଶ୍ରମିକଙ୍କ ଉପରେ ହେଉଥିବା ହୀନ ଆଚରଣ କାହିଁକି ହେଉଛି। ଆଜି ପିଲାମାନଙ୍କୁ ପାଠପଢ଼ାଇବା ସହ ଦେଶର ଏହି ବାସ୍ତବିକତା ଉପରେ ମଧ୍ୟ ଜାଣିବା ଦରକାର। ଆମ ନୂଆ ଶିକ୍ଷା ନୀତି ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ଆଧାରିତ। ଏହାଦ୍ୱାରା ଭାରତ ଆହୁରି ସଶକ୍ତ ହେବ। ତେବେ ପିଲାଙ୍କ ଉପରେ ପୁସ୍ତକର ବୋଝ କମ୍ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ପିଲାଙ୍କୁ ଶିକ୍ଷାଦାନ ପାଇଁ ଅଧିକ ବିଶ୍ଳେଷଣର ଆବଶ୍ୟକତା ରହିଛି। ଦୀର୍ଘ ପାଠ୍ୟକ୍ରମକୁ ସରଳ ତଥା କମ୍ କରିବାକୁ ପ୍ରୟାସ ହୋଇଛି।

ଶିକ୍ଷା କ୍ଷେତ୍ରରେ ଭାରତଠୁ ବୈପ୍ଳବିକ ପରିବର୍ତ୍ତନ ଆଶା ରଖିଛି ବିଶ୍ୱ। ଉଚ୍ଚ ଶିକ୍ଷା ପଦ୍ଧତିକୁ ଆହୁରି ଉନ୍ନତ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ଶିକ୍ଷାନୁଷ୍ଠାନକୁ ଅଧିକାର ଦିଆଯାଇଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ନୂଆ ଶିକ୍ଷା ନୀତିରେ ଅନେକ ପରିବର୍ତ୍ତନ କରାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ଏବେ ଶିକ୍ଷା ମନ୍ତ୍ରାଳୟ ହୋଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ସ୍ଥାନୀୟ ଭାଷାରେ ହେବ। ପାଠପଢ଼ା ସହ ପିଲାମାନଙ୍କୁ ଦକ୍ଷତା ଉପରେ ମଧ୍ୟ ଜୋର୍ ଦିଆଯିବ। ବିଦେଶୀ ବିଶ୍ୱବିଦ୍ୟାଳୟ ମିଶି ନୂଆ କ୍ୟାମ୍ପସ୍ ଗଠନ କରାଯିବ। ଏମଫିଲ୍ ବନ୍ଦ ରହିବା ସହ, ୧୦+୨ ଫର୍ମୂଲା ମଧ୍ୟ ବନ୍ଦ କରାଯାଇଛି।

ଆଜି ଆୟୋଜିତ କାର୍ଯ୍ୟକ୍ରମର ନାଁ କନକ୍ଲେଭ ଅନ୍ ଟ୍ରାନ୍ସଫରମେଶନାଲ୍ ରିଫର୍ମ ଇନ୍ ହାୟର୍ ଏଜୁକେସନ୍ ଅଣ୍ଡର୍ ନ୍ୟାଶନାଲ୍‌ ପଲିସି ରଖାଯାଇଛି। ଏଥିରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ୍ ଉପସ୍ଥିତ ଥିଲେ। ଏହାସହ ନୂଆ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ସମସ୍ତ ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Advertisment
Advertisment