/odishatv-khabar/media/post_attachments/uploadimage/library/16_9/16_9_0/who-1_1620732994.jpg)
who
ନୂଆଦିଲ୍ଲୀ: ଆଇଭରମେକଟିନ ଔଷଧକୁ ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ। କୌଣସି ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର କରିହେବନି। ଆଜି କିଛି ଏଭଳି ଭାବେ ଲୋକଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଏନେଇ ଟ୍ୱିଟ୍ କରି ସଚେତନ କରାଇଛନ୍ତି। କ୍ଲିନିକାଲ ଟ୍ରାଏଲ ବିନା ଏହାର ବ୍ୟବହାର ନକରିବାକୁ ସେ ମନା କରିଛନ୍ତି।
କରୋନା ଭଳି ମହାମାରୀର ମୁକାବିଲା କରିବାକୁ ବିଶେଷଜ୍ଞ ଚେଷ୍ଟା କରୁଛନ୍ତି। ତେବେ ଏହାକୁ କିପରି ଭାବେ ବ୍ୟବହାର କରାଯିବ କି ନାହିଁ ସେ ନେଇ ସ୍ପଷ୍ଟ ଭାବେ କୌଣସି ଘୋଷଣା ହୋଇନି। କ୍ଲିନିକାଲ ଟ୍ରାଏଲ ବିନା ଏହାର ବ୍ୟବହାର କରିବା ଉଚିତ୍ ନୁହେଁ। ଏପରିକି ଆଭରମେକଟିନର ନିର୍ମାତା କମ୍ପାନି ମର୍କ ଏଣ୍ଡ କୋ ମଧ୍ୟ ସମାନ କଥା କହିଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଡାକ୍ତର ସୌମ୍ୟା ସ୍ୱାମିନାଥନ। ଏହାର ପ୍ରୟୋଗ କରୋନା ଉପରେ କରିବା ଦ୍ୱାରା କୌଣସି ସୁଫଳ ସଙ୍କେତ ମିଳିନଥିବା କମ୍ପାନି କହିଛି। ଗତ ମାସ କେନ୍ଦ୍ର ସରକାରଙ୍କ ସଂଶୋଧିତ ଗାଇଡଲାଇନରେ ଆଇଭରମେକଟିନ ବ୍ୟବହାର କରିବାକୁ ଇଙ୍ଗିତ ଦିଆଯାଇଥିଲା। ସାମାନ୍ୟ କରୋନାରେ ଆକ୍ରାନ୍ତ ହେଲେ ଜ୍ୱର କମାଇବାକୁ ଏହାର ପ୍ରୟୋଗ କରାଯାଇପାରିବ ବୋଲି ଇଙ୍ଗିତ ଦେଇଥିଲେ।
ଏପଟେ ଦେଶ ଓ ରାଜ୍ୟରେ ବଢି ବଢି ଚାଲିଛି ସଂକ୍ରମଣ। ସୂଚନା ଅନୁସାରେ, ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆଜି ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାସହ ଦିନକ ଭିତରେ ୩,୫୬,୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡିସଚାର୍ଜ ହେଉଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀରୁ ୭୪ ପ୍ରତିଶତ ରୋଗୀ ଅଛନ୍ତି ।
ଏପଟେ ରାଜ୍ୟରେ ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟାରେ ଦ୍ୱିତୀୟରେ ଅଛି ସୁନ୍ଦରଗଡ ଜିଲ୍ଲା । ଦୁଇ ଜିଲ୍ଲା ରାଜ୍ୟର କରୋନା ସଂକ୍ରମଣର ପେଣ୍ଠସ୍ଥଳୀ ଭାବେ ଉଭା ହୋଇଛନ୍ତି। ସେହିପରି ଆଜି ଆଉ ୧୮ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)