Advertisment

କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ରୁ ପ୍ଲାଜ୍‌ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

plasma therapy

  • କରୋନା ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି
  • କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ରୁ ପ୍ଲାଜ୍‌ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି
  • କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି
Advertisment

ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ ଦିଆଯାଇଛି। AIIMS ଓ ICMR ଟାକ୍ସଫୋର୍ସର ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ଲିନିକାଲ୍‌ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ରୁ ପ୍ଲାଜ୍‌ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି।

କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି। ଫଳରେ ଏହାକୁ  କରୋନା ଚିକିତ୍ସାରୁ ବାଦ୍‌ ଦିଆଯାଇଛି। ଏନେଇ ଗତ ଶୁକ୍ରବାର ଟାସ୍କଫୋର୍ସର ଏକ ବୈଠକ ହୋଇଥିଲା। ଏଥିରେ ପ୍ଲାଜ୍‌ମା ଥେରାପିକୁ ହଟାଯିବା ନେଇ ମତ ପ୍ରକାଶ ପାଇଥିଲା।

Advertisment

ଲକଡାଉନ୍‌ କଟକଣା ଯୋଗୁ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସି ଆସିଛି। ଗତକାଲି ଦିଲ୍ଲୀରେ ୪ ହଜାର ୫୨୪ ନୂଆ ମାମଲା ସାମ୍ନାକୁ ଆସିଥିଲା। ମାସକ ଭିତରେ ଏହା ସର୍ବନିମ୍ନ ମାମଲା ଅଟେ। ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ଆଶ୍ୱସ୍ତିକର ବିଷୟ, ଦିଲ୍ଲୀରେ ୧୩ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇ ସାରିଲେଣି। ଏବେ ଦିଲ୍ଲୀରେ ଆକ୍ଟିଭ୍‌ କେସ୍ ୫୬ ହଜାର ରହିଛି। ଲଗାତର ୪ ଦିନ ହେବ ଦିଲ୍ଲୀରେ ୧୦ ହଜାର ତଳେ ଦୈନିକ ସଂକ୍ରମଣ ରହିଛି

କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ମୁକାବିଲାରେ ସେମାନଙ୍କ ଅନୁଭୂତି ପଚାରି ବୁଝିବେ ପ୍ରଧାନମନ୍ତ୍ରୀ। ଗତକାଲି ୩ ଲକ୍ଷ ତଳେ ଥିଲା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାସହ ଗତକାଲି ଦେଶରେ ୪୧୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା।

Advertisment
Advertisment