/odishatv-khabar/media/post_attachments/uploadimage/library/16_9/16_9_0/petrol-_1626173274.jpg)
petrol price
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ।
ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା ପୂର୍ବରୁ ଅନ୍ୟାନ୍ୟ ଡ୍ୟୁଟି ଓ ସେସ୍ରେ ସଂସ୍କରଣ ହୋଇସାରିଛି।
ଏମିତିରେ ପେଟ୍ରୋଲ ଓ ଡିଜେଲ୍ ଦର ଆକାଶ ଛୁଆଁ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ ଟଙ୍କା ଅତିକ୍ରମ କରିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଦର ୯୩ ଟଙ୍କା ପହଞ୍ଚିଛି। ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି।
ପେଟ୍ରୋଲ ଓ ଡିଜେଲ ଭଳି ମୋବାଇଲ୍, ଅଟୋ ପାର୍ଟସ୍, ସିଲ୍କ୍ ଉତ୍ପାଦ ମଧ୍ୟ ମହଙ୍ଗା ହେବ। ହେଲେ ସୁନା, ରୂପା ଦର କମ୍ ହେବ। ସୁନା, ରୂପା ଦର ଉପରେ ଲାଗୁ ହେଉଥିବା କଷ୍ଟମ୍ ଡ୍ୟୁଟି ହ୍ରାସ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଙ୍କେତ ଦେଇଛନ୍ତି। ତେଣୁ ସୁନା, ରୂପା ଦର ହ୍ରାସ ପାଇବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)