Advertisment

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ଇଣ୍ଟରନାଶନାଲ ମାର୍କେଟରେ  ଅଶୋଧିତ ତୈଳ…

ଅଦ୍ୟତନ ହୋଇଛି
ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

fuel price hike

Advertisment

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ଇଣ୍ଟରନାଶନାଲ ମାର୍କେଟରେ  ଅଶୋଧିତ ତୈଳ ମୂଲ୍ୟ ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଆଜିର ଦରବୃଦ୍ଧି ପରେ ଦେଶରେ କେତେକ ସ୍ଥାନରେ ତୈଳ ଦର ୧୦୦ ଟପିଛି।  ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୭.୫୦ ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ଦର ୮୮.୨୩ ଟଙ୍କା ରହିଛି। ତେବେ ଦରଦାମ ଅସମ୍ଭବ ବୃଦ୍ଧି ସାଙ୍ଗକୁ ତୈଳ ଦର ବୃଦ୍ଧି  ସାଧାରଣ ଖାଉଟିଙ୍କ ଜୀବନ ଉପରେ ପ୍ରଭାବ ପକାଉଛି।

Advertisment

ଏଠି କହିରଖିବୁ, ମେ’ ୪ ତାରିଖରୁ ବର୍ତ୍ତମାନ ସୁଦ୍ଧା ତୈଳ ଦର ୭ ଟଙ୍କା ୧୮ ପଇସା ବୃଦ୍ଧି ପାଇଲାଣି। ରାଜସ୍ଥାନର ଶ୍ରଗଙ୍ଗା ନଗରରେ ପେଟ୍ରୋଲ ଦର ୧୦୮.୬୭ ଟଙ୍କା ହୋଇଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୪୦ ପଇସା ହୋଇଛି। ସେହିପରି ମଧ୍ୟପ୍ରଦେଶର ଅନୁପ ସହରରେ ପେଟ୍ରୋଲ ଲିଟର ପିଛା ଦର ୧୦୮ ଟଙ୍କା ୩୦ ପଇସା ହୋଇଥିବାବେଳେ ଡିଜେଲ ୯୯.୩୧ ଟଙ୍କା ଛୁଇଁଛି। ଭୋପାଳରେ ପେଟ୍ରୋଲ ୧୦୫.୭୨ ପଇସା ଥିବାବେଳେ ଡିଜେଲ ଦର ୯୬.୯୩ ଛୁଇଁଛି।

ସୂଚନା ଥାଉ କି, ଆଜିର ଦର ବୃଦ୍ଧି ପରେ ଦେଶର ପ୍ରମୁଖ ସହର ଯଥା ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୧୦୩ ଟଙ୍କା ୬୨ ପଇସା, ଚେନ୍ନାଇରେ ୯୮.୬୫ଟଙ୍କା ଏବଂ କୋଲକାତାରେ ୯୭.୩୮ ଟଙ୍କା ଛୁଇଁଛି। ସେହିପରି ଡିଜେଲ ଦର ଲିଟର ପିଛା ମୁମ୍ବାଇରେ ୯୫.୭୨ ଟଙ୍କା, ଚେନ୍ନାଇରେ ୯୨.୮୩ ଏବଂ କୋଲକାତାରେ ୯୧.୦୮ ଟଙ୍କା ହୋଇଛି।

Advertisment

ଏଠି କହିରଖିବୁ, ଦେଶରେ ତିନି ଅଏଲ ମାର୍କେଟିଂ କମ୍ପାନୀ HPCL, BPCL ଏବଂ IOC  ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ପରିବର୍ତ୍ତିତ ଦର ଜାରି କରିଥାନ୍ତି। ବର୍ଦ୍ଧିତ ତୈଳ ଦର ଏହାର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି।

Petrol Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ