Advertisment

ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ। ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଛି। ସେମାନଙ୍କ ଆଶା ହେଉଛି ସେମାନେ ଯେତେ ଟଙ୍କା ବ୍ୟାଙ୍କରେ ସଞ୍ଚିତ ରଖିଛନ୍ତି, ତାହା ହୁଏତ ସଂପୂର୍ଣ୍ଣ ଭାବେ ବୁଡ଼ିଯିବ। ସେପଟେ DBS […]

ଅଦ୍ୟତନ ହୋଇଛି
ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

laxmi-bilas

Advertisment

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ।

Advertisment

ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଛି। ସେମାନଙ୍କ ଆଶା ହେଉଛି ସେମାନେ ଯେତେ ଟଙ୍କା ବ୍ୟାଙ୍କରେ ସଞ୍ଚିତ ରଖିଛନ୍ତି, ତାହା ହୁଏତ ସଂପୂର୍ଣ୍ଣ ଭାବେ ବୁଡ଼ିଯିବ।

ସେପଟେ DBS ବ୍ୟାଙ୍କରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମିଶ୍ରଣ କରିବାକୁ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ଖୁବ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗୁରୁତର ଆର୍ଥିକ ସଙ୍କଟରେ ଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଗତକାଲି କଟକଣା ଜାରି କରିଥିଲେ କେନ୍ଦ୍ର ସରକାର।

Advertisment

ଆସନ୍ତା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏହି ବ୍ୟାଙ୍କର ଗ୍ରାହକମାନେ ୨୫ ହଜାର ଟଙ୍କାରୁ ଅଧିକ ଉଠାଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।  ତେବେ ଚିକିତ୍ସା, ଉଚ୍ଚଶିକ୍ଷା ଖର୍ଚ୍ଚ ଓ ବିବାହ ଉତ୍ସବ ପାଇଁ ୨୫ ହଜାର ଟଙ୍କାରୁ ଅଧିକ ଉଠାଣର ଆବଶ୍ୟକ ପଡ଼ିଲେ ଏଥିପାଇଁ ଗ୍ରାହକଙ୍କୁ ଆରବିଆଇ ଅନୁମତି ନେବାକୁ ହେବ।

କରୋନା ସଙ୍କଟ କାଳରେ ମାତ୍ରାଧିକ ଋଣ ଜାଲରେ ଫସି ରହିଛି ୯୪ ବର୍ଷର ପୁରୁଣା ଲକ୍ଷ୍ମୀ ବିଳାସ ବ୍ୟାଙ୍କ। ଆଗକୁ ଯେପରି ସାଂଘାତିକ NPA ସମସ୍ୟା ନ ହୁଏ, ସେଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମୋରାଟୋରିୟମ୍ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ