/odishatv-khabar/media/post_attachments/uploadimage/library/16_9/16_9_0/paytm_1625317413.jpg)
paytm
ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ Paytm ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ୍ ଟୁଇଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ୍ ପ୍ଲେ' ଷ୍ଟୋର Paytm ଆପକୁ ଗ୍ୟାମ୍ବଲିଂ (ଜୁଆ ଖେଳିବା) ଅଭିଯୋଗରେ ନିଜ ପ୍ଲାଟଫର୍ମକୁ ହଟାଇଥିଲା।
ଗୁଗଲ୍ ପ୍ଲେ ଷ୍ଟୋରର କହିବା ଅନୁଯାୟୀ, ଆମେ ଗ୍ୟାମ୍ବଲିଂ ଆପର ସମର୍ଥନ କରୁନାହୁଁ ଏବଂ ଜୁଆ ସହ ସମ୍ପୃକ୍ତ ନୀତିର ଉଲ୍ଲଙ୍ଘନ କରିବା କାରଣରୁ Paytmରୁ ହଟାଇଛୁ। କିଛି ଘଣ୍ଟା ପୂର୍ବେ Paytm ତା'ର ୟୁଜରଙ୍କୁ ଆଶ୍ୱସ୍ତି ଦେଇଛି ଯେ, ସେମାନେ ଗୁଗଲ୍ ସହ ମିଶି ଏହି ସମସ୍ୟାର ସମାଧାନ ଉପରେ କାମ କରୁଛନ୍ତି। ୟୁଜରଙ୍କ Paytm ୱାଲେଟରେ ଥିବା ବିପୁଳ ସଂଖ୍ୟକ ଟଙ୍କା ସୁରକ୍ଷିତ ମଧ୍ୟ ଅଛି।
Paytm କହିଛି, ଆମେ ନିକଟରେ ନିଜ କଞ୍ଜୁମର୍ ଆପରେ ‘Paytm Cricket League’ ଲଞ୍ଚ୍ କରିଥିଲୁ। ଏହି ଗେମ୍ ଗ୍ରାହକଙ୍କୁ କ୍ରିକେଟ୍ ପ୍ରତି ବାନ୍ଧି ରଖିବା ସହ କ୍ୟାଶବ୍ୟାକ୍ ଜିତିବା ପାଇଁ ଉପଲବ୍ଧ ହୋଇଥିଲା। ଏହି ଗେମ୍ ଆଧାରରେ ୟୁଜର୍ ପ୍ରତି ଟ୍ରାଞ୍ଜାକସନ୍ ପାଇଁ ଖେଳାଳିଙ୍କର ଷ୍ଟିକର୍ ହାସଲ କରିଥାନ୍ତି। ଏହାକୁ ସଂଗ୍ରହ କରିବା ପରେ ସେମାନଙ୍କୁ କ୍ୟାଶବ୍ୟାକ୍ ମିଳିଥାଏ। କିନ୍ତୁ ଏବେ ପେଟିଏମ୍ କ୍ୟାଶବ୍ୟାକ୍ ଅସ୍ଥାୟୀ ଭାବେ କମ୍ପୋନେଟ୍ ହଟାଇ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)