/odishatv-khabar/media/post_attachments/uploadimage/library/16_9/16_9_0/aiims-1_1625527263.jpg)
aiims
ପାଟଣା: କରୋନା ଯୋଗୁ ବେହାଲ୍ ହୋଇଛି ବିହାର ସ୍ଥିତି। ରାଜ୍ୟରେ କରୋନା ରୋଗୀଙ୍କୁ ବେଡ୍ ମିଳିପାରୁନାହିଁ। ଅନ୍ୟପଟେ ଯେଉଁମାନଙ୍କୁ ବେଡ୍ ମିଳୁଛି, ସେମାନଙ୍କୁ ସ୍ୱାସ୍ଥ୍ୟଜନିତ କୌଣସି ସୁବିଧା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ମଧ୍ୟରେ ପାଟଣା ଏମ୍ସର ୪୦୦ଜଣ ଚୁକ୍ତିପ୍ରାପ୍ତ ନର୍ସ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ପାଟଣା ଏମ୍ସ ଏକମାତ୍ର କେନ୍ଦ୍ରୀୟ ହସ୍ପିଟାଲ୍, ଯେଉଁଠାରେ ଅନେକ ଭିଭିଆଇପି କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି।
ଧାରଣାରେ ବସିଥିବା ନର୍ସ ନିଜର ଚାକିରିକୁ ସୁରକ୍ଷିତ, ଦରମା ବୃଦ୍ଧି, ସ୍ୱାସ୍ଥ୍ୟ ବୀମା ଓ ସ୍ଥାନୀୟ କର୍ମଚାରୀଙ୍କ ଭଳି ଛୁଟି ସମେତ ଏକାଧିକ ଦାବି କରିଛନ୍ତି। ଏମ୍ସ ପ୍ରଶାସନ କହିଛି ଯେ ଆମେ ସେମାନଙ୍କର କିଛି ଦାବି ମାନିଛୁ। ହେଲେ ଏବେବି କିଛି ନର୍ସଙ୍କ ଧାରଣା ଜାରି ରହିଛି, ଯାହାର ପରିଣାମ ଭୋଗୁଛନ୍ତି ରୋଗୀ।
ସୂଚନାଯୋଗ୍ୟ, ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ହଜାର ଅତିକ୍ରମ କରିସାରିଛି, ଯେଉଁଥିରୁ ୨୧୭ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ଏପର୍ଯ୍ୟନ୍ତ ୧୯ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ହଜାରରୁ ଅଧିକ କେସ୍ ଆକ୍ଟିସ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)