Advertisment

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଲଣ୍ଡନ: ଆପଣମାନେ ଶୁଆ କଥା କହୁଥିବାର ନିଶ୍ଚୟ ଜାଣିଥିବେ। ଲୋକେ ସେମାନଙ୍କୁ ଘରେ ରଖିବା ସହ ସେମାନଙ୍କୁ ବିଭିନ୍ନ କଥା ଶିଖାଇଥାନ୍ତି। ତେଣୁ ଶୁଆର ଡାକ ପାଇଁ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି ଏବଂ ଘରେ ଜଣେ ସଦସ୍ୟ ଭଳି ଦେଖି ଥାନ୍ତି। ତେବେ ବ୍ରିଟେନର ଏକ ଘଟଣା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାକାର ଏକ ପ୍ରାଣୀ ଉଦ୍ୟାନରେ କିଛି ଶୁଆ ଖରାପ ଭାଷାରେ ପର୍ଯ୍ୟଟକଙ୍କୁ ଗାଳି ଦେଉଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି […]

author-image
Ranjeet Kumar Jena
ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

parrot

ଲଣ୍ଡନ: ଆପଣମାନେ ଶୁଆ କଥା କହୁଥିବାର ନିଶ୍ଚୟ ଜାଣିଥିବେ। ଲୋକେ ସେମାନଙ୍କୁ ଘରେ ରଖିବା ସହ ସେମାନଙ୍କୁ ବିଭିନ୍ନ କଥା ଶିଖାଇଥାନ୍ତି। ତେଣୁ ଶୁଆର ଡାକ ପାଇଁ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି ଏବଂ ଘରେ ଜଣେ ସଦସ୍ୟ ଭଳି ଦେଖି ଥାନ୍ତି।

Advertisment

ତେବେ ବ୍ରିଟେନର ଏକ ଘଟଣା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାକାର ଏକ ପ୍ରାଣୀ ଉଦ୍ୟାନରେ କିଛି ଶୁଆ ଖରାପ ଭାଷାରେ ପର୍ଯ୍ୟଟକଙ୍କୁ ଗାଳି ଦେଉଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି ଶୁଆ ଗୁଡ଼ିକ ପ୍ରାଣୀ ଉଦ୍ୟାନକୁ ଆସିବା ପୂର୍ବରୁ କ୍ୱାରେଣ୍ଟିନରେ କିଛି ସମୟ ବିତାଇଥିଲେ। ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିବାକୁ ଆସୁଥିବା କିଛି ଲୋକ ଶୁଆଙ୍କ ଏପରି ବ୍ୟବହାର ହେତୁ ପିଲାମାନଙ୍କ ସାମ୍ନାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

Not such pretty pollys! Five foul-mouthed parrots are separated after  learning to swear in zoo | Daily Mail Online

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ପୂର୍ବ ଇଂଲଣ୍ଡର ଲିଙ୍କନଶାୟର ୱାଇଲ୍ଡ ଲାଇଫ୍ ପାର୍କକୁ ଏହି ଶୁଆମାନଙ୍କୁ ଦାନ କରାଯାଇଥିଲା। ପାର୍କର ଅଧିକାରୀମାନେ କହିଛନ୍ତି ଯେ ଏହାପୂର୍ବରୁ କିଛି ଶୁଆ ଅଳ୍ପ ଲୋକଙ୍କୁ ଦୁର୍ବ୍ୟବହାର କରୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ କ୍ରମାଗତ ଭାବରେ ଲୋକଙ୍କୁ ଦୁର୍ବ୍ୟବହାର କରୁଥିଲେ। ତେଣୁ ସେମାନଙ୍କୁ ଉଦ୍ୟାନରୁ ବାହାର କରିଦିଆଯାଇଛି। ଏହି ପାଞ୍ଚ ଶୁଆ ହେଲେ ଏରିକ, ଜେଡ୍‌, ଏଲସି, ଟାଇସନ ଏବଂ ବିଲି।

Advertisment

Steve Nichols, with 'Sweetie Girl', an African grey parrot at the Wildlife Park

ଏହି ପ୍ରାଣୀ ଉଦ୍ୟାନର ମୁଖ୍ୟ ପରିଚାଳକ ଷ୍ଟିଭ୍‌ ନିକୋଲସ ଗଣମାଧ୍ୟମକୁ କହିଛନ୍ତି ଯେ ଶୁଆଗୁଡ଼ିକ ଲୋକଙ୍କୁ ଗାଳି ଦେଉଥିଲେ। ଯାହାକି ଏହା ଛୋଟ ପିଲାମାନଙ୍କ ଉପରେ କୁପ୍ରଭାବ ପକାଉଥିଲା।

Advertisment
Advertisment