fungus
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ।
‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍ ଡେଥ୍’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି ଇଂଲଣ୍ଡର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ବୈଜ୍ଞାନିକମାନେ କହିଛନ୍ତି।
[caption id="" align="aligncenter" width="813"]
representative image[/caption]
ଆନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିଶ୍ୱକୁ ଆତଙ୍କିତ କରିବାକୁ ଆସୁଥିବା ‘ଫଙ୍ଗସ୍’ ମହାମାରୀ ମଣିଷ ଶରୀରରେ ବ୍ୟାପିବା ପୂର୍ବରୁ ରକ୍ତ ପ୍ରବାହରେ ପ୍ରବେଶ କରିଥାଏ। ଏହା ପରେ ଭୟଙ୍କର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଥଣ୍ଡା ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଏ।
ଯଦି ଏହାର ଚିକିତ୍ସା କରା ନଯାଏ ତେବେ ଏହା ରକ୍ତ ପ୍ରବାହ ସଂକ୍ରମଣ, କାନ ସଂକ୍ରମଣ ଏବଂ କ୍ଷତ ସଂକ୍ରମଣର କାରଣ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ‘ଫଙ୍ଗସ୍’ ଏତେ କଠିନ ଯେ, ଅନ୍ୟ ସଂକ୍ରାମକଙ୍କ ଅପେକ୍ଷା ଏହା ସାଧାରଣ ସର୍ଫେସ୍ରେ ଅଧିକ ସମୟ ରହିପାରେ। ଲଣ୍ଡନର ଇମ୍ପେରିଆଲ୍ କଲେଜ୍ ଏପିଡେମୋଲୋଜିଷ୍ଟ୍ ଜୋହାନା ରୋଡସଙ୍କ କହିବା କଥା, କଠିନ ଅବସ୍ଥାରେ ଏହା ଦୀର୍ଘ ଦିନ ରହିପାରିବ। ଏହା ସହ ଏହି ‘ଫଙ୍ଗସ୍’ ନିକଟରେ ଡ୍ରଗ୍ ଚିକିତ୍ସାକୁ ପ୍ରତିରୋଧ କରିବାର କ୍ଷମତା ରହିଛି।
[caption id="" align="aligncenter" width="696"]
ପ୍ଲେଗ ହେବା ପରେ ମୁମ୍ବାଇ ସିର୍ସାର ଜଣେ ବ୍ୟକ୍ତି ଟିକା ନେଉଛନ୍ତି(1897)। pic credit-theprint.in[/caption]
ସାଧାରଣତଃ ରକ୍ତ ପରୀକ୍ଷା ପରେ ଏହାର ସଂକ୍ରମଣ ଜଣାପଡ଼ିଥାଏ। କିନ୍ତୁ ‘ଫଙ୍ଗସକୁ ଚିହ୍ନିବା କଷ୍ଟକର। ରୋଗ ନିର୍ଣ୍ଣୟ କରିବାକୁ ହେଲେ ଲ୍ୟାବରେ ଏହାର ପରୀକ୍ଷା ଆବଶ୍ୟକ ବୋଲି କୁହାଯାଉଛି। ଏ ପ୍ରକାର ମହାମାରୀ ପ୍ରତି ସତର୍କ ରହିବାକୁ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନେ କହିଛନ୍ତି। ନଚେତ ଏହି ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଦେଇପାରେ। ବ୍ଲାକ୍ ଡେଥ୍ଠାରୁ ଏହା ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି।
ବ୍ଲାକ୍ ଡେଥ୍ କ'ଣ ?
ଉପରେ ବାରମ୍ବାର ଆପଣ ବ୍ଲାକ୍ ଡେଥ୍ ଶବ୍ଦଟିକୁ ପଢ଼ୁଛନ୍ତି। ଏବେ ଆସନ୍ତୁ ଏହାର ଅର୍ଥ ଜାଣିବା। ବିଶ୍ୱ ଇତିହାସର ସବୁଠାରୁ ଭୟଙ୍କର ମହାମାରୀ ହେଉଛି ବ୍ଲାକ୍ ଡେଥ୍’ ବା ବୁବନିକ ପ୍ଲେଗ୍। ୧୩୪୬ରୁ ୧୩୫୩ ମସିହା ମଧ୍ୟରେ ଏହା ଉତ୍ତର ଆଫ୍ରିକାର ଆଫ୍ରୋ-ୟୁରେସିଆ(ଆଫ୍ରିକା, ଏସିଆ ଏବଂ ୟୁରୋପର ମାଳଦ୍ୱୀପକୁ ନେଇ ବିଶାଳ ଭୂଭାଗ)ରେ ହୋଇଥିଲା। ଏଥିରେ ପ୍ରାୟ ୨୦ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିଶ୍ୱ ଇତିହାସରେ ଏପରି ମହାମାରୀ ଆଗରୁ କେବେ ହେଲେ ଦେଖା ଯାଇ ନ ଥିଲା।
୨୦୧୬ ମସିହାରେ ‘ଫଙ୍ଗସ୍’ ବାବଦରେ ପ୍ରଥମେ ସୂଚନା ମିଳିଥିଲା। ସେତେବେଳେ ବୈଜ୍ଞାନିକମାନେ ଏହା ମହାମାରୀର ରୂପ ନେଇପାରେ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fungus_1627366883.jpg)