/odishatv-khabar/media/post_attachments/uploadimage/library/16_9/16_9_0/pak_1625303057.jpg)
pak
ନୂଆଦିଲ୍ଲୀ: ସୀମାରେ ଭାରତୀୟ ଯବାନଙ୍କ କଡ଼ା ପ୍ରହରା ଯୋଗୁଁ ଫେଲ୍ ମାରୁଛି ପାକିସ୍ତାନର ହୀନ ଉଦ୍ୟମ। ଡ୍ରୋନ୍ ସହାୟତାରେ ଏଲଓସିରେ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ପାକିସ୍ତାନର ଆଉ ଏକ ଉଦ୍ୟମ ପଣ୍ଡ ହୋଇଛି। ଜାମ୍ମୁ ଓ କାଶ୍ମୀର ଅଖନୁର ଅଞ୍ଚଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର।
ଦୁଇଟି ଏକେ-୪୭ ରାଇଫଲ ସହ ଗୋଟିଏ ପିସ୍ତଲ ଏବଂ ୩ଟି ମାଗଜିନ୍, ଗୁଳି ଜବତ କରିଛି ପୋଲିସ। ଡ୍ରୋନ ସହାୟତାରେ ଏକେ-୪୭ ବନ୍ଧୁକ ସହ ଏସବୁ ଅସ୍ତ୍ରଶସ୍ତ୍ର ଆକାଶ ମାର୍ଗରୁ ତଳକୁ ପକାଉଛି ପାକିସ୍ତାନ। ଆଉ ଏହି ମାରଣାସ୍ତ୍ର ସିଧା ପହଞ୍ଚୁଛି ଆତଙ୍କବାଦୀଙ୍କ ନିକଟରେ, ଯାହାର ପର୍ଦ୍ଦାଫାସ କରିଛି ସେନା। ଜାମ୍ମୁ ଏବଂ କାଶ୍ମୀର ପୋଲିସ ସର୍ଚ୍ଚିଂ ଅପରେସନ କରିବା ବେଳେ ଭାରତ-ପାକିସ୍ତାନ ସୀମାରୁ ଏକ-୪୭ ମିଳିବା ପରେ ସନ୍ଦେହ ଦୃଢିଭୂତ ହୋଇଛି।
ଡ୍ରୋନ ସହାୟତାରେ ରାତ୍ରି ସମୟରେ ଏକ-୪୭ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ତଳକୁ ପକାଉଛି ପାକିସ୍ତାନ। ଜୈସ-ଏ-ମହମ୍ମଦ ଆତଙ୍କାବାଦୀଙ୍କୁ ଏହି ବନ୍ଧୁକ ପାକିସ୍ତାନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜଣାପଡିଛି। ପୁଲୱାମା ଭଳି ବଡ଼ ଧରଣର ଆକ୍ରମଣ ପୁଣି ଥରେ କରିବା ପାଇଁ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ହୋଇପଡିଥିବା ସନ୍ଦେହ କରାଯାଉଛି।
କିଛି ମାସ ପୂର୍ବରୁ ପଞ୍ଜାବରେ ମଧ୍ୟ ଡ୍ରୋନ ସହାୟତାରେ ଗ୍ରେନେଡ, ସାଟେଲାଇଟ ଫୋନ ସହ ଅସ୍ତ୍ରଶସ୍ତ୍ର ପାକ୍ ପକାଉଥିବା ନେଇ ଜଣାପଡିଥିଲା। ଏନେଇ ବିଏସଏଫକୁ ଆଲର୍ଟ କରିଥିଲା ପଞ୍ଜାବ ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)