Advertisment

ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସଲାମାବାଦ: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହୁଥିବା ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେକ୍‌ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷତକାରରେ ଏପରି ଧମକ ଦେଇଛନ୍ତି ରଶୀଦ। ସେ କହିଛନ୍ତି “ ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ ଏହା ଶେଷ ଯୁଦ୍ଧ ହେବ। ପରମାଣୁ ଯୁଦ୍ଧ ହେବ। ଆମ ଅସ୍ତ୍ରଶସ୍ତ୍ର ବହୁତ ଛୋଟ […]

ଅଦ୍ୟତନ ହୋଇଛି
ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

pakistan

Advertisment

ଇସଲାମାବାଦ: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହୁଥିବା ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେକ୍‌ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି।

Advertisment

ଏକ ଟିଭି ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷତକାରରେ ଏପରି ଧମକ ଦେଇଛନ୍ତି ରଶୀଦ। ସେ କହିଛନ୍ତି “ ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ ଏହା ଶେଷ ଯୁଦ୍ଧ ହେବ। ପରମାଣୁ ଯୁଦ୍ଧ ହେବ। ଆମ ଅସ୍ତ୍ରଶସ୍ତ୍ର ବହୁତ ଛୋଟ ଓ କାଲ୍‌କୁଲେଟ। ମୁସଲମାନଙ୍କ ଜୀବନ ବଞ୍ଚାଇବା ସହିତ ଭାରତ ଉପରେ ଆକ୍ରମଣ କରିପାରିବ।” ଆସାମ ପର୍ଯ୍ୟନ୍ତ ପାକିସ୍ତାନ ଟାର୍ଗେଟ୍ କରିପାରିବ ବୋଲି ସେକ୍ ରଶୀଦ କହିଛନ୍ତି।

ଶେଖ୍‌ ରଶୀଦ ପ୍ରଥମ ଥର ପାଇଁ ଏମିତି ବୟାନ ଦେଇ ନାହାନ୍ତି। ପୂର୍ବରୁ ମଧ୍ୟ ସେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। କିନ୍ତୁ ସେହି ସମୟରେ ସେ ଭାରତର ନନେଇ ଏମିତି ଧମକ ଦେଇଥିଲେ। ସେପ୍ଟେମ୍ବର ୨୯ ତାରିଖରେ ସେ କହିଥିଲେ ପାକିସ୍ତାନ ପାଖରେ ୧୨୫ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ରହିଛି। ଯାହା କେବଳ ଟାର୍ଗେଟ୍‌ ଅଞ୍ଚଳକୁ ଧ୍ୱଂଶ  କରିପାରିବ। ଆଉ ଏବେ ଶେଖ୍‌ ରଶୀଦ କିନ୍ତୁ ଖୋଲାଖୋଲି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ତା ସହିତ ସକ୍ଷାତ୍‌କାରରେ ଇଣ୍ଡିଆନ୍‌ ଆର୍ମୀ ପାକିସ୍ତାନ ଆର୍ମୀ ଠାରୁ ଯୁଦ୍ଧରେ ବେଶ୍‌ ନିପୁଣ ବୋଲି ସ୍ୱୀକାର କରିବା ସହିତ ପାକିସ୍ତାନ ଛୋଟ ଛୋଟ ପରମାଣୁ ଅସ୍ତ୍ର ତିଆରି କରୁଥିବା ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ