Advertisment

ପାକ୍‌ର ନୂଆ ଚାଲ୍‌, କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଇଛି। ପାକିସ୍ତାନ ଏବେ ନୂଆ ଚାଲ୍ ଦେଖାଇ କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ସମସ୍ତ ରାସ୍ତ ବନ୍ଦ କରିଦେଇଛି। କୂଳଭୂଷଣଙ୍କ ସହାୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ ପ୍ରୟାସରେ ପାକିସ୍ତାନ ବାଧା ସୃଷ୍ଟି କରୁଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବା ଅନୁଯାୟୀ, କାଉନସିଲର ଅଧିକାରୀଙ୍କୁ କୁଳଭୂଷଣଙ୍କ ଆଇନଗତ ଦସ୍ତାବିଜ ନେବାକୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ପାକ୍‌ର ନୂଆ ଚାଲ୍‌, କୁଳଭୂଷଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କଲା

29IN-LT-KULBHUSHANJADHAV

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଯାଇଛି। ପାକିସ୍ତାନ ଏବେ ନୂଆ ଚାଲ୍ ଦେଖାଇ କୁଳଭୂଷଣଙ୍କ ଆଇନଗତ ସହାୟତା ଲାଗି ସମସ୍ତ ରାସ୍ତ ବନ୍ଦ କରିଦେଇଛି।

Advertisment

କୂଳଭୂଷଣଙ୍କ ସହାୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା ପ୍ରତ୍ୟେକ ପ୍ରୟାସରେ ପାକିସ୍ତାନ ବାଧା ସୃଷ୍ଟି କରୁଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବା ଅନୁଯାୟୀ, କାଉନସିଲର ଅଧିକାରୀଙ୍କୁ କୁଳଭୂଷଣଙ୍କ ଆଇନଗତ ଦସ୍ତାବିଜ ନେବାକୁ ଅନୁମତି ଦଆଯାଇନଥିଲା।

ସେହିପରି ରିଭ୍ୟୁ ପିଟିସନ ଦାଖଲ ପାଇଁ ମଧ୍ୟ ସେ ପାୱାର ଅଫ୍ ଆଟର୍ଣ୍ଣି ନେଇପାରିନଥିଲେ। ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ପାକିସ୍ତାନୀ ଓକିଲ ନେଇ କୁଳଭୂଷଣଙ୍କ ସଂପର୍କିତ କାଗଜପତ୍ର ନେଇପାରିବେ। ଭାରତ ପକ୍ଷରୁ ତାହା ମଧ୍ୟ କରାଯାଇଥିଲା, ମାତ୍ର ଏଥିରେ ମଧ୍ୟ କାଗଜପତ୍ର ମିଳିପାରିନଥିଲା।

Advertisment

ଅନ୍ୟ କୌଣସି ଉପାୟ ନ ପାଇ ୧୮ ଜୁଲାଇରେ ଭାରତ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ ପାଇଁ ଚେଷ୍ଟା କରିଥିଲା। କିନ୍ତୁ ପାୱାର ଅଫ୍ ଆଟର୍ଣ୍ଣି ଏବଂ ଅନ୍ୟାନ୍ୟ ଦଲିଲ ବିନା ଏହା ସମ୍ଭବ ନୁହେଁ ବୋଲି ଓକିଲ କହିଥିଲେ।

୨୦୧୭ରେ ପାକିସ୍ତାନର ଏକ ସାମରିକ କୋର୍ଟ କୁଲଭୂଷଣଙ୍କ ବିରୋଧରେ ଏକପାଖିାଆ ଶୁଣାଣି କରି ମୃତ୍ୟୁ ଦଣ୍ଡ ଦେଇଥିଲା। ହେଲେ ପରେ ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ ନ୍ୟାୟଳୟର ଦ୍ୱାରସ୍ଥ ହେବାପରେ ମୃତ୍ୟୁ ଦଣ୍ଡ ଉପରେ ରୋକ ଲଗାଇ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲେ।

Advertisment
Advertisment