Pakistan India China
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଦିନକୁ ଦିନ ବୃଦ୍ଧି ପାଉଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ଆନ୍ତର୍ଜାତୀୟ ସଂସ୍ଥା ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନ (SIPRI) ଏକ ରିପୋର୍ଟରେ ଦାବି କରିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଶ୍ୱରେ ଆଣବିକ ଅସ୍ତ୍ର ସଂଖ୍ୟା ବୃଦ୍ଧି ପାଇଛି । ଏହି ରିପୋର୍ଟ ଅନୁଯାୟୀ ଚୀନ୍ ଏବଂ ପାକିସ୍ତାନରେ ଭାରତ ଅପେକ୍ଷା ଅଧିକ ଆଣବିକ ଅସ୍ତ୍ର ରହିଛି ।
/odishatv-khabar/media/post_attachments/wp-content/uploads/2021/06/nuclear-weapons-head-640x353-1.jpg)
ଏହି ସଂସ୍ଥା ପକ୍ଷରୁ ସଦ୍ୟତମ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ପାଖରେ ୩୫୦ଟି ଆଣବିକ ଅସ୍ତ୍ର ରହିଥିବା ବେଳେ ପାକିସ୍ତାନ ପଖରେ ୧୬୫ଟି ପରମାଣୁ ଅସ୍ତ୍ର ରହିଛି । ଭାରତ ପାଖରେ ସମୁଦାୟ ୧୫୬ଟି ପରମାଣୁ ଅସ୍ତ୍ର ରହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ସାରା ବିଶ୍ୱରେ ବିଭିନ୍ନ ଦେଶରେ ମୋଟ ୧୩,୦୮୦ଟି ପରମାଣୁ ଅସ୍ତ୍ର ରହିଛି । ଏଥିମଧ୍ୟରେ ସବୁଠାରୁ ଅଧିକ ରୁଷ ପାଖରେ ୬୨୫୫ ପରାମାଣୁ ଅସ୍ତ୍ର ରହିଛି । ସେହିଭଳି ୫୫୫୦ ପରାମାଣୁ ଅସ୍ତ ରଖି ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି ।
ଫ୍ରାନ୍ସ ପାଖରେ ସମୁଦାୟ ୨୯୦ଟି ପରମାଣୁ ଅସ୍ତ୍ର ରହିଛି । ବ୍ରିଟେନରେ ୨୨୫ ପରମାଣୁ ଅସ୍ତ୍ର ଅଛି । ସେହିଭଳି ଇସ୍ରାଏଲ ପାଖରେ ମୋଟ ୯୦ ଟି ପରମାଣୁ ଅସ୍ତ୍ର ଅଛି । ଉତ୍ତର କୋରିଆରେ ୪୦-୫୦ ପରମାଣୁ ଅସ୍ତ୍ର ରହିଛି ।
/odishatv-khabar/media/post_attachments/wp-content/uploads/2018/06/agni-5-300x177.jpg)
ଯଦିଓ ଚୀନ୍ ଏବଂ ପାକିସ୍ତାନ ତୁଳନାରେ ଭାରତରେ କମ୍ ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଏହି ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ଭାରତଠାରୁ ପଛରେ ରହିଛନ୍ତି । ଭାରତୀୟ ଅଧିକାରୀମାନଙ୍କ କହିବାନୁଯାୟୀ, କେଉଁ ଦେଶରେ କେତେ ପରମାଣୁ ଅସ୍ତ୍ର ଅଛି, ତାହା ଯେତିକି ଗୁରୁତ୍ୱ ରଖୁ ନାହିଁ, ତାଠାରୁ ଅଧିକ ଗୁରୁତ୍ୱ ରଖୁଛି ଯେ, କାହାର ଡେଲିଭରି ସିଷ୍ଟମ କେତେ ଭଲ । ତାଙ୍କ କହିବାନୁସାରେ, ପାକିସ୍ତାନକୁ ଉତ୍ତର କୋରିଆର ସହଯୋଗ ମିଳିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଭାରତ ମଧ୍ୟ ଆଧୁନିକୀକରଣ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ କରୁଛି ।
/odishatv-khabar/media/post_attachments/wp-content/uploads/2020/09/rafale.jpg)
ଭାରତ ପାଖରେ କମ୍ ପରମାଣୁ ଅସ୍ତ୍ର ଥାଇପାରେ, କିନ୍ତୁ ଆମ ପାଖରେ ଅଗ୍ନି -୫, ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଅଛି । ଏହି କ୍ଷେପଣାସ୍ତ୍ର ୫୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖୁଛି । ଏହାର ରାଡାର ଭିତରେ ଚାଇନା ସମେତ ସମଗ୍ର ଏସିଆ ମଧ୍ୟ ରହିଛି । ଏଥିରେ ୟୁରୋପ ଏବଂ ଆଫ୍ରିକୀୟ ଦେଶ ମଧ୍ୟ ଆସୁଛି । ଅନ୍ୟପଟେ ଭାରତ ପାଖରେ ରାଫାଲ ଯୁଦ୍ଧ ବିମାନ ମଧ୍ୟ ଅଛି । ଯାହା ଆଖି ପିଛୁଳାକେ ଶତ୍ରୁକୁ ପରାସ୍ତ କରିବାରେ ସକ୍ଷମ । ଏହା ବ୍ୟତୀତ ଭାରତ ପାଖରେ ପରମାଣୁ ଚାଳିତ ବୁଡ଼ାଜାହାଜ INS ଆରିହାଣ୍ଟ ମଧ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/comparion-of-india-china-and-pakistan-1_1623759933.jpg)