/odishatv-khabar/media/post_attachments/uploadimage/library/16_9/16_9_0/imran-khan_1626696624.jpg)
imran khan
ନୂଆଦିଲ୍ଲୀ: କରୋନା ଭାଇରସ ପ୍ରତ୍ୟେକ ଦେଶ ପାଇଁ ସଙ୍କଟ ଡାକି ଆଣିଥିବାବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ କହିଛନ୍ତି। ଇମ୍ରାନ୍ ଏହି ଇଚ୍ଛା ଟ୍ୱିଟରେ ସେୟାରେ କରିବା ପରେ ଖୁବ୍ ଟ୍ରୋଲ ହୋଇଛନ୍ତି। ବିଶେଷକରି ଭାରତୀୟ ଟ୍ୱିଟର ୟୁଜର୍ସମାନେ ତାଙ୍କୁ ଥଟ୍ଟାମଜା କରିବା ସହା ମଜାଦାର ମେମେସ୍ କରି ଶେୟାର କରିଛନ୍ତି।
ଇମ୍ରାନ ଟ୍ୱିଟରରେ ଏକ ଖବର ସହ ଏକଥା ମଧ୍ୟ ଶେୟାର କରିଥିଲେ ଯେ ସେ ଭାରତର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। ଇମ୍ରାନ୍ଙ୍କ ଏକଥା ଶୁଣି ସହଜରେ ଦେଶବାସୀ ହଜମ କରିପାରିଲେନି। କାରଣ ଭାରତ ସମେତ ସାରା ବିଶ୍ୱ ଜାଣେ, ପାକିସ୍ତାନ ଉପରେ ଏତେ ଋଣ ଅଛି ଯେ ସେ ସୁଝିବା କଷ୍ଟକର । ତଥାପି ପାକିସ୍ତାନ ନିଜ ଦେଶର ଗରିବଙ୍କୁ ଛାଡି ଭାରତର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି।
ଏନେଇ ଭାରତ ସରକାର ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ପଡୋଶୀ ଦେଶକୁ ଭାରତ ମନେ ପକାଇ ଦେଇଛି ଯେ ମହାମାରୀ ସମୟରେ ନୂଆଦଲ୍ଲୀ ଦେଇଥିବା ଆର୍ଥିକ ସହାୟତା ରିଲିଫ ପ୍ୟାକେଜର ଆକାର ପାକିସ୍ତାନର ଜିଡିପି ସହିତ ସମାନ। ଅନ୍ୟପକ୍ଷେ ଇମ୍ରାନ୍ଙ୍କ ସାହାଯ୍ୟ କରିବା କଥା ଶୁଣି ଲୋକମାନେ #ଇମ୍ରାନ୍ଖାନ୍ #ପାକିସ୍ତାନ ଜିଡିପି ଭଳି ହ୍ୟାସଟ୍ୟାଗ ଦେଇ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ ଟ୍ୱିଟ୍ରେ ଭାରତୀୟମାନେ ଇମ୍ରାନ୍ଙ୍କ ଉପରେ ରାଗିବା ସହ ଥଟ୍ଟାମଜ୍ଜା ମଧ୍ୟ କରିଥିଲେ।
*Imrankhan to help India by transferring cash*
Imran's wife:#ImranKhanpic.twitter.com/5KhKbJ1jjZ— Jonathan gowda (@jawnathanjr) June 11, 2020
ଇମ୍ରାନ୍ଙ୍କ ସାହାଯ୍ୟ କରିବା କଥାକୁ ନେଇ ଟ୍ୱିଟ୍ରେ ଜଣେ ବ୍ୟକ୍ତି କହିଛନ୍ତି, ‘ଯେଉଁ ଦେଶ ଚୀନ୍ରୁ ଭିକ୍ଷାମାଗି ନିଜର ଗୁଜରାଣ ମେଣ୍ଟାଉଛି, ସେ ପୁଣି କହୁଛି ସାହାଯ୍ୟ କରିବ...। ଆପଣଙ୍କୁ କହୁଛି ଯେ, ଭିକାରୀମାନେ ଦାନ କରନ୍ତି ନାହିଁ’।
#ImranKhan send money to india for poor people's
Whole world : pic.twitter.com/kRwNpIqg1c
— Ahens ??(wine)? (@A_flirtygrll_) June 11, 2020
ସେହିପରି ଆଉ ଜଣେ ବ୍ୟକ୍ତି କହିଛନ୍ତି, ‘ଭାରତ ବିଷୟରେ ଚିନ୍ତା କରନ୍ତୁ ନାହଁ। ଯେଉଁ ଦେଶଗୁଡିକରୁ ଆପଣ ଋଣ ନେଇଛନ୍ତି କିପରି ତାକୁ ସୁଝିବେ ଚିନ୍ତା କରନ୍ତୁ ।’ ୱାର୍ଲ୍ଡ ବ୍ୟାଙ୍କ ମଧ୍ୟ ପାକିସ୍ତାନ ଉପରେ ନଜର ରଖିଛି। ଟ୍ୱିଟରରେ ଭାରତୀୟମାନେ ଏପରି ପ୍ରତିକ୍ରିୟା ଦେବା ସହିତ ଇମ୍ରାନ ଖାନଙ୍କ ବିବୃତ୍ତିରେ ମେମେସ୍ ସେୟାର କରିଛନ୍ତି।
#ImranKhan wants to send money to poor people of India
Indian peoples to Imran khan: pic.twitter.com/WUHzZTL0Zx— Tweeterera (@Tweeterera) June 11, 2020
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନର ଋଣ ସମସ୍ୟା (ଜିଡିପିର ୯୦ ପ୍ରତିଶତ) ବିଷୟରେ ସମସ୍ତଙ୍କୁ ଜଣାଅଛି। ଋଣ ସମସ୍ୟାକୁ ନେଇ ପାକସ୍ତାନ କେତେ ଚାପରେ ଅଛି ତାହା ମଧ୍ୟ ଆମେ ସମସ୍ତେ ଜାଣିଛୁ। ପାକିସ୍ତାନ ମନେ ରଖିବା ଦରକାର ଯେ ଆମର ଅର୍ଥିକ ପ୍ୟାକେଜ୍ ପାକିସ୍ତାନର ଜିଡିପି ସହିତ ସମାନ’।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ କୋଭିଡ -୧୯ ମହାମାରୀର ମୁକାବିଲା ପାଇଁ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)