narvabe
ନୂଆଦିଲ୍ଲୀ: ଭାରତକୁ ଆତଙ୍କବାଦୀ ପଠାଇବାକୁ ଜୋର୍ଦାର ଉଦ୍ୟମ କରୁଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ପାକିସ୍ତାନ ଆତଙ୍କାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାବାକୁ ଯୋଜନା କରୁଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସୂଚନା ଦେଇଛନ୍ତି। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭୁଣ୍ଡରୁ କରୁଛି। ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି।
ଗଣମାଧ୍ୟମକୁ ସୂଚନା ଦେଇ ନରଭଣେ କହିଛନ୍ତି, ପାକିସ୍ତାନ ତା’ର ପ୍ରକୃତିରେ କୌଣସି ସୁଧାର ଆଣିନାହିଁ। ବାରମ୍ବାର ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗୀ କରି ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ହେଲେ ଆମେ ଏଥିପାଇଁ ପ୍ରସ୍ତୁତ ରହିଛୁ। ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରି ଉଚିତ ଜବାବ ମଧ୍ୟ ଦେଉଛୁ ବୋଲି ସେ କହିଛନ୍ତି।
ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୫ ମଧ୍ୟରେ ୧୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଆତଙ୍କବାଦୀ ରହିଥିବା ସେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/narvabe_1625225552.jpg)