Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅକ୍ସିଜେନ କଣ୍ଟ୍ରୋଲ ରୁମ୍ : ଯୋଗାଣରେ ୨୪ ଘଣ୍ଟା ନଜର

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି ନଜରକୁ ଆସୁଛି। ଏନେଇ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣ ଉପରେ ଯାଞ୍ଚ ଓ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଗୃହ ବିଭାଗରେ ଅମ୍ଳଜାନ ନିୟନ୍ତ୍ରଣ […]

author-image
Pramod Behera
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅକ୍ସିଜେନ କଣ୍ଟ୍ରୋଲ ରୁମ୍ : ଯୋଗାଣରେ ୨୪ ଘଣ୍ଟା ନଜର

Untitled-1

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି ନଜରକୁ ଆସୁଛି। ଏନେଇ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣ ଉପରେ ଯାଞ୍ଚ ଓ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଗୃହ ବିଭାଗରେ ଅମ୍ଳଜାନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏହି କଣ୍ଟ୍ରୋଲ୍ ରୁମରେ ଅମ୍ଳଜାନ ରିଅଲ୍ ଟାଇମ୍ ଟ୍ରାକିଂର ସୁବିଧା ରହିଛି। ଏହି କଣ୍ଟ୍ରୋଲ୍ ରୁମ୍ ଦିନରାତି କାମ କରୁଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଅବନୀଶ କୁମାର ଅବସ୍ଥୀ ଏହି ଅମ୍ଳଜାନ ନିୟନ୍ତ୍ରଣ କକ୍ଷ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ଏଥିରେ ସମ୍ପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତି ମଧ୍ୟ ନିଶ୍ଚିତ କରାଯାଇଛି।

Advertisment

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ କୁମାର ଅବସ୍ଥୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ରେକର୍ଡ ଅମ୍ଳଜାନ ଯୋଗାଇ ଦିଆଯାଇଛି। ମଙ୍ଗଳବାର ଉତ୍ତରପ୍ରଦେଶରେ ୩୨୧ ଟନ୍ ରେକର୍ଡ ଯୋଗାଣ କରାଯାଇଛି, ଯାହାକି ଗୋଟିଏ ଦିନରେ ସବୁଠୁ ବଡ ଯୋଗାଣ ବୋଲି କୁହାଯାଇଛି। ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

ଅବସ୍ଥୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ଅମ୍ଳଜାନ ଟ୍ୟାଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ରାଜ୍ୟରେ ଅମ୍ଳଜାନ ଯୋଗାଣ ପାଇଁ ୮୪ ଟି ଟ୍ୟାଙ୍କର୍ ଅଛି, ଯେଉଁଠାରେ ପୂର୍ବରୁ କେବଳ ୩୦ ଅମ୍ଳଜାନ ଟ୍ୟାଙ୍କର୍ ଥିଲା। ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ରାଜ୍ୟରେ ଅମ୍ଳଜାନ ଯୋଗାଣର ରକ୍ଷଣାବେକ୍ଷଣ ତଥା ବୃଦ୍ଧି ପାଇଁ ବ୍ୟବହୃତ ହେଉଛି। ବହୁ କମ ସମୟ ମଧ୍ୟରେ ଏହା ହୋଇପାରୁଥିବାରୁ ବହୁତ ସମୟ ସଞ୍ଚୟ କରାଯା ପାରୁଛି। କେବଳ ଏତିକି ନୁହେଁ ଖାଲି ଟ୍ୟାଙ୍କର ପଠାଇବା ପାଇଁ ବାୟୁସେନାର ସମର୍ଥନ ମଧ୍ୟ ବ୍ୟବହାର କରାଯାଉଛି।

Advertisment

ସେହିପରି କରୋନା ମହାମାରୀ ହେତୁ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଭେଣ୍ଟିଲେଟରର ବହୁତ ଆବଶ୍ୟକତା ରହିଛି, ଅନେକ ସ୍ଥାନରେ ଭେଣ୍ଟିଲେଟର ନାହିଁ, କିନ୍ତୁ ଗତ ବର୍ଷଠାରୁ ଫିରୋଜାବାଦ ମେଡିକାଲ କଲେଜର ଆଇସିଲେସନ ୱାର୍ଡ କ୍ୟାମ୍ପସରେ ୬୭ ଟି ନୂତନ ଭେଣ୍ଟିଲେଟର ଧୂଳି ଖାଉଛି। ସେଗୁଡିକ ବ୍ୟବହାର ହେଉ ନ ଥିବାରୁ ସେସବୁରେ ଧୂଳି ଜମା ହୋଇଛି। ଏ ସମ୍ପର୍କରେ ସିଏମ୍ଏସ୍ ଡାକ୍ତର ଆଲୋକ ଶର୍ମା କହିଛନ୍ତି ଯେ ଆମେ ଆବଶ୍ୟକ କରୁଥିବା ସମସ୍ତ ଭେଣ୍ଟିଲେଟର ବ୍ୟବହାର କରୁଛୁ, ବାକି ଭେଣ୍ଟିଲେଟରଗୁଡିକ ଏଠାରେ ଥିବା ସଂଖ୍ୟାଠାରୁ ଅଧିକ। ଏସବୁ ଏଠାରୁ ନେଇ ଅନ୍ୟତ୍ର ଆବଶ୍ୟକ ସ୍ଥଳେ ଯୋଗାଇ ଦେବାକୁ ଆମେ ସରକାରଙ୍କୁ ଲିଖିତ ଭାବେ ଜଣେଇଛୁ ବୋଲି ସେ କହିଛନ୍ତି।

Advertisment
Advertisment