Advertisment

ଖୁସିଖବର, ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ସେପ୍ଟେମ୍ବର ୬ ତାରିଖରେ ଟ୍ରାଏଲକୁ ରୋକି ଦିଆଯାଇଥିଲା। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରିଟେନର ସବୁ ପରୀକ୍ଷଣ […]

ଅଦ୍ୟତନ ହୋଇଛି
ଖୁସିଖବର, ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲ୍

vac

Advertisment

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ସେପ୍ଟେମ୍ବର ୬ ତାରିଖରେ ଟ୍ରାଏଲକୁ ରୋକି ଦିଆଯାଇଥିଲା।

Advertisment

ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରିଟେନର ସବୁ ପରୀକ୍ଷଣ କେନ୍ଦ୍ରରେ ଅକ୍ସଫୋର୍ଡ ୟୁନିଭର୍ସିଟି ଭ୍ୟାକସିନର ଟ୍ରାଏଲ୍ ପୁଣିଥରେ ଆରମ୍ଭ ହେବ। ସାରା ଦୁନିଆରେ ପାଖାପାଖି ୧୮ହଜାର ଲୋକଙ୍କୁ ଏହି ଭ୍ୟାକସିନ୍ ଦିଆଯାଇଛି। ଟ୍ରାଏଲରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ଗୋପନୀୟତା ବଜାୟ ରଖିବା କାରଣରୁ ରୋଗୀଙ୍କ ଅସୁସ୍ଥତା ସମ୍ବନ୍ଧରେ ସୂଚନା ଖୁଲାସା କରାଯାଇନାହିଁ।

ଏହି ମାମଲାରେ ୟୁକେର ମେଡିକାଲ୍ ରିସର୍ଚ୍ଚ କାଉନସିଲର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି, କୌଣସି ନୂଆ ମେଡିସିନକୁ ବିକଶିତ କରିବାରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ଅକ୍ସଫୋର୍ଡ କରୋନା ଭ୍ୟାକସିନର ଟ୍ରାଏଲ୍ ଏକ ସ୍ୱତନ୍ତ୍ର ସୁରକ୍ଷା କମିଟି ଏବଂ MHRA ଦ୍ୱାରା ପୁଣିଥରେ ଆରମ୍ଭ ହେବା ଶୁଣି ଆଶ୍ୱସ୍ତ ଲାଗୁଛି। ୬ ତାରିଖରେ ଏହି ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରାଯିବା ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଭାରତରେ ଏହି ଭ୍ୟାକସିନ୍ ଉପରେ ରୋକ୍ ଲଗାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ