Advertisment

ମେଘାଳୟରେ କୁନି ଛୁଆଙ୍କ ଉପରେ କରୋନା କହର : ୫ ହଜାରରୁ ଅଧିକ କରୋନା ପଜିଟିଭ୍‌, ୧୭ ମୃତ

ସିଲଂ : କୁନି ଛୁଆଙ୍କ ଉପରେ କରୋନା କହର । ମେଘାଳୟରେ ୦ ରୁ ୧୪ ବର୍ଷ ବୟସର ୫ ହଜାରରୁ ଅଧିକ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର…

author-image
Prangyan Parimita
ମେଘାଳୟରେ କୁନି ଛୁଆଙ୍କ ଉପରେ କରୋନା କହର : ୫ ହଜାରରୁ ଅଧିକ କରୋନା ପଜିଟିଭ୍‌, ୧୭ ମୃତ

corona

ସିଲଂ : କୁନି ଛୁଆଙ୍କ ଉପରେ କରୋନା କହର । ମେଘାଳୟରେ ୦ ରୁ ୧୪ ବର୍ଷ ବୟସର ୫ ହଜାରରୁ ଅଧିକ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏଏଲ୍ ହେକ୍ । ତେବେ କୌଣସି ବି କରୋନା ସଂକ୍ରମିତ ମା’ ଠାରୁ କରୋନା ସଂକ୍ରମିତ ଶିଶୁ ଜନ୍ମ ନେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ । ସିଲଂରେ ପିଲାମାନଙ୍କ ପାଇଁ ଡାକ୍ତରଖାନା ସୁବିଧା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀର ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି । କରୋନାର ତୃତୀୟ ଲହରୀ ପିଲାମାନଙ୍କ ପାଇଁ ଅଧିକ ବିପଜ୍ଜନକ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରୁଛନ୍ତି । ମେଘାଳୟରେ ବର୍ତ୍ତମାନ ସୁଦ୍ଧା ୫.୪୪ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି, ସେଥିମଧ୍ୟରୁ ୭୫,୦୦୦ ଲୋକ ଉଭୟ ଡୋଜ ପାଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ମହାମାରୀ ଯୋଗୁଁ ୭୬୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୮୧୯ ଥିବାବେଳେ କରୋନାକୁ ମାତ ଦେଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୮୭୯୨ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୬୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନାର ପ୍ରଥମ ଲହରରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା। ମୁଖ୍ୟତଃ ବୟୋଜ୍ୟେଷ୍ଠ ଓ ବିବିଧ ରୋଗାକ୍ରାନ୍ତ ଏହା ଦ୍ୱାରା ଗୁରୁତର ଅସୁସ୍ଥ ହୋଇଥିଲେ ଓ ମୃତ୍ୟୁମୁଖରେ ପଡ଼ିଥିଲେ। ଦ୍ୱିତୀୟ ଲହରରେ କରୋନା ନିଜ ରୂପ ବଦଳାଇବା ସହ ଯୁବକ ଓ ପ୍ରୌଢ଼ଙ୍କୁ ମଧ୍ୟ ଗୁରୁତର ଅସୁସ୍ଥ କରିଥିଲା। ତେବେ ଦ୍ୱିତୀୟ ଲହରରେ ବି ରକ୍ଷା ପାଇଯାଇଥିଲେ ଶିଶୁ ଅଧିକାଂଶ କୋଭିଡ୍ ପଜିଟିଭ୍ ଶିଶୁଙ୍କ ଠାରେ ଅତି କ୍ଷୀଣ ଲକ୍ଷଣ ପ୍ରକାଶ ପାଇଥିଲା। କେବଳ ବିବିଧ ରୋଗାକ୍ରାନ୍ତ ବା କୋ-ମର୍ବିଡିଟି ଥିବା ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ହେଲେ ତୃତୀୟ ଲହରୀ ଶିଶୁ ମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି କୁହାଯାଉଛି ।

Advertisment
Advertisment
Advertisment