Advertisment

କରୋନା ସଙ୍କଟ କାଳରେ ନଦୀରୁ ମିଳିଲା ୪୦ରୁ ଅଧିକ ମୃତଦେହ, ଭୟଭୀତ ଲୋକେ

ପାଟନା: ଦେଶବାସୀ ଏବେ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନା…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କରୋନା ସଙ୍କଟ କାଳରେ ନଦୀରୁ ମିଳିଲା ୪୦ରୁ ଅଧିକ ମୃତଦେହ, ଭୟଭୀତ ଲୋକେ

river ghat

ପାଟନା: ଦେଶବାସୀ ଏବେ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନା ସଙ୍କଟ କାଳରେ ମୃତଦେହ ସବୁ ଏଭଳି ଭାବରେ ନଦୀରେ ଭାସିବା ନେଇ ଦେଶରେ କରୋନା ସ୍ଥିତି କ’ଣ, ସେ ସମ୍ପର୍କରେ ଏହି ଦୃଶ୍ୟ ସ୍ପଷ୍ଟ ଭାବରେ ବୟାନ କରୁଛି। ଯାହାକୁ ନେଇ ବିହାରର ଲୋକେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଥିବା କୁହାଯାଉଛି। ସୋମବାର ସକାଳୁ ସକାଳୁ ନଦୀରେ ମୃତଦେହ ଗୁଡ଼ିକ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।

Advertisment

ମୃତଦେହ ଗୁଡ଼ିକ ଉତ୍ତର ପ୍ରଦେଶରୁ ନଦୀରେ ଭାସି ଆସିଥିବା ବେଳେ ଏମାନେ ସମସ୍ତେ କରୋନା ରୋଗୀ ବୋଲି ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି। ଶବ ପୋଡ଼ିବା ପାଇଁ ସ୍ଥାନ ନମିଳିବାରୁ ହୁଏତ ସେମାନଙ୍କର ପରିଜନମାନେ ମୃତଦେହକୁ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଘଟଣାକୁ ନେଇ ଚୌସା ଜିଲ୍ଲା ଅଧିକାରୀ ଅଶୋକ କୁମାରଙ୍କ କହିବା ଅନୁସାରେ, ପାଖାପାଖି ୪୦ରୁ ୫୦ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଗୁଡ଼ିକୁ ନଦୀରେ ଫିଙ୍ଗା ଯାଇଥିବା ଜଣାପଡ଼ୁଛି।

Advertisment

ଆଉ ଜଣେ ଅଧିକାରୀ କହିଛନ୍ତି, ମୃତଦେହ ଗୁଡ଼ିକ ପାଣିରେ ପାଖାପାଖି ୫ରୁ ୭ଦିନ ଯାଏ ରହିଥିବା ଜଣାପଡ଼ୁଛି।ଆମେ ଏସବୁକୁ ପାଣି ଭିତରୁ ବାହାର କରିଛୁ। ତେବେ ଏହି ମୃତଦେହ ଗୁଡ଼ିକ ଏଠାକାରର ନୁହେଁ। ପ୍ରକୃତରେ ମୃତଦେହ ଗୁଡ଼ିକ କେଉଁଠୁ ଆସିଲା ସେନେଇ ତଦନ୍ତ କରାଯିବା ଉଚିତ୍‌। ଏହା ୟୁପି-ବହରାଇଚ୍ ଟାଉନ୍‌ ନା ବାରାଣସୀ ନା ଆହ୍ଲାବାଦରୁ ଭାସି ଆସିଛି ସେନେଇ ତଦନ୍ତ ହେବା ଉଚିତ୍‌।

ମୃତଦେହ ଗୁଡ଼ିକ ବିହାରର ହୋଇନଥିବା ବେଳେ ଏହା ୟୁପିର ବୋଲି ବିହାର କହୁଥିବା ବେଳେ ଘଟଣାକୁ ନେଇ ଉଭୟ ରାଜ୍ୟ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛନ୍ତି।

Advertisment
Advertisment