Advertisment

କୃଷି ଆଇନ୍ ନେଇ ପ୍ରଧାନମନ୍ତ୍ରୀ କହିଲେ, ଏବେବି ଫୋନ୍ କଲ୍ ଅପେକ୍ଷାରେ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍‌କୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। କୃଷକ ସଂଗଠନକୁ ଦେଇଥିବା ପ୍ରସ୍ତାବ ଏବେ ବି ରହିଛି। ୧୮ ମାସ କୃଷି ଆଇନ୍‌କୁ ସ୍ଥଗିତ ରଖିବା ପ୍ରସ୍ତାବ ରହିଛି ବୋଲି ମୋଦି କହିଛନ୍ତି।   ଚଳିତ ମାସ ଆରମ୍ଭରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ସଂଗଠନକୁ ଏହି ପ୍ରସ୍ତାବ […]

କୃଷି ଆଇନ୍ ନେଇ ପ୍ରଧାନମନ୍ତ୍ରୀ କହିଲେ, ଏବେବି ଫୋନ୍ କଲ୍ ଅପେକ୍ଷାରେ

pm-modi

Advertisment

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍‌କୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। କୃଷକ ସଂଗଠନକୁ ଦେଇଥିବା ପ୍ରସ୍ତାବ ଏବେ ବି ରହିଛି। ୧୮ ମାସ କୃଷି ଆଇନ୍‌କୁ ସ୍ଥଗିତ ରଖିବା ପ୍ରସ୍ତାବ ରହିଛି ବୋଲି ମୋଦି କହିଛନ୍ତି।  

Advertisment

ଚଳିତ ମାସ ଆରମ୍ଭରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ସଂଗଠନକୁ ଏହି ପ୍ରସ୍ତାବ ଦିଆଯାଇଥିଲା। ୯ଥର ଆଲୋଚନା ବିଫଳ ହେବା ପରେ ଏହି ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର। କିନ୍ତୁ କୃଷି ଆଇନ ରଦ୍ଦ କରିବା ଜିଦ୍‌ରେ ଅଟଳ ଥିବା କୃଷକ ସଂଗଠନ ସରକାରଙ୍କର ଏହି ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ।

ତେବେ ଗତକାଲି ବଜେଟ୍ ଅଧିବେଶନ ଆରମ୍ଭରେ କୃଷି ଆଇନ୍ ସମର୍ଥନ କରି ଭାଷଣ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଯାହାକୁ ବିରୋଧ କରି ଗୃହ ତ୍ୟାଗ କରିଥିଲେ ୨୦ଟି ବିରୋଧୀ ଦଳର ନେତା। ଏହାପରେ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଆଜିର ବୈଠକ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି “କୃଷକଙ୍କ ସମସ୍ୟାକୁ ସରକାର ଖୋଲା ମନରେ ବିଚାର କରୁଛନ୍ତି। ଜାନୁଆରୀ ୨୨ ତାରିଖରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସରକାର ଏବେବି ସେହି ପ୍ରସ୍ତାବ ଉପରେ କାଏମ ଅଛନ୍ତି।” କୃଷିମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଏବେବି ରହିଛି। ଏସମ୍ପର୍କରେ ଆଲୋଚନା ପାଇଁ ମାତ୍ର ଗୋଟିଏ ଫୋନ୍‌ କଲ୍‌କୁ ଅପେକ୍ଷା ରହିଛି ବୋଲି ମୋଦି ସର୍ବଦଳୀୟ ବୈଠକରେ କହିଥିବା ଯୋଶୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କର ଏହି ପ୍ରସ୍ତାବ କୃଷକ ସଂଗଠନ ଦ୍ୱାରା ପ୍ରଥମେ କାଟ୍ ଖାଇବା ପରେ ଗତ ସପ୍ତାହରେ ବସିଥିବା ୧୧ତମ ବୈଠକରେ ପୁନରାୟ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର। ଯାହାକୁ ପୁଣିଥରେ ଅସ୍ୱୀକାର କରିଥିଲେ ଚାଷୀ ସଂଗଠନ। ଏହାପରେ ବଲ୍‌ କୃଷକଙ୍କ କୋର୍ଟରେ ଅଛି ବୋଲି କହି କର୍ତ୍ତବ୍ୟ ସାରିଦେଇଥିଲେ କୃଷିମନ୍ତ୍ରୀ।

Advertisment

ତେବେ ଆଜି ସର୍ବଦଳୀଯ ବୈଠକରେ ପୁଣିଥରେ ଏହି ପ୍ରସ୍ତାବକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ୍ ଆରମ୍ଭ ହେବା ପୂର୍ବରୁ ନୂଆ କୃଷି ଆଇନ୍‌କୁ ୧୮ ମାସ ପାଇଁ ସ୍ଥଗିତ ରଖିବା ପ୍ରସ୍ତାବ ଏବେବି ରହିଛି ବୋଲି ମୋଦି କହିଛନ୍ତି।

ଗତକାଲି ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଗୃହକୁ ସମ୍ଭୋଧନ କରି ପ୍ରାରମ୍ଭିକ ଭାଷଣ ରଖିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାନୁଆରୀ ୨୬ ତାରିଖରେ ତ୍ରିରଙ୍ଗାକୁ ହୋଇଥିବା ଅପମାନକୁ ନିନ୍ଦା କରିବା ସହିତ କୃଷି ଆଇନ୍‌କୁ ସମର୍ଥନ କରିଥିଲେ। ଯାହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ୨୦ ବିରୋଧୀ ଦଳର ନେତା। ଏଥିସହିତ ବିରୋଧୀମାନେ ହୋଇଥିବା ହିଂସାକୁ ନିନ୍ଦା କରିବା ସହିତ ଏହାର ତଦନ୍ତ ମଧ୍ୟ ଦାବି କରିଥିଲେ। କୃଷକମାନେ ମଧ୍ୟ ଏହି ଘଟଣା ପାଇଁ ଅନ୍ୟ ଶକ୍ତିମାନଙ୍କୁ ଦୋଷୀ ଦର୍ଶାଇ ତଦନ୍ତ ଦାବି କରିଆସୁଛନ୍ତି। ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ହିଁ ଏହା ପଛର ଦାୟୀ ଓ ଲାଲ୍‌କିଲାରେ ଶିଖ ଧର୍ମର ପତାକା ଉତ୍ତୋଳନ କରିବାରେ ତାଙ୍କର ହାତ ଥିଲା ବୋଲି ଚାଷୀମାନେ ଅଭିଯୋଗ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ