Advertisment

ସାମ୍ନାକୁ ଆସିଲା ମାଓବାଦୀଙ୍କ କବ୍‌ଜାରେ ଥିବା ଯବାନଙ୍କ ଫଟୋ

ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍‌ ବୋଲି […]

author-image
Rajalaxmi Sahoo
ସାମ୍ନାକୁ ଆସିଲା ମାଓବାଦୀଙ୍କ କବ୍‌ଜାରେ ଥିବା ଯବାନଙ୍କ ଫଟୋ

JAWAN

ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି।

Advertisment

ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍‌ ବୋଲି ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ମାନହାସ୍‌ଙ୍କ  ପରିବାର ଲୋକେ ନିବେଦନ କରିଛନ୍ତି।

ରାକେଶ୍ୱର ସିଂଙ୍କୁ ମାଓବାଦୀମାନେ ବନ୍ଧକ ରଖିଥିବା ଘଟଣାକୁ ନେଇ ପତ୍ନୀ ମିନୁ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ଛୁଟିର ଦିନକ ପରେ ଯଦି କେହି ଯବାନ ରିପୋର୍ଟ ନକରନ୍ତି, ତା’ହେଲେ ଆକ୍ସନ ନିଆଯାଏ। ଡ୍ୟୁଟିରେ ଥାଇ ଜଣେ ଯବାନ ୩ ତାରିଖରୁ ନିଖୋଜ ହେଲେଣି, ହେଲେ ,ଏଯାଏ ଆକ୍ସନ ନାହିଁ। ସରକାର ତୁରନ୍ତ ମଧ୍ୟସ୍ଥ ଦିଅନ୍ତୁ, ଯଦ୍ୱାରା ରାକେଶ୍ୱରଙ୍କ ମୁକ୍ତି ସମ୍ଭବ ହେବ।

Advertisment

ଅନ୍ୟପକ୍ଷରେ, ରାକେଶ୍ୱରଙ୍କୁ ସେମାନେ ବନ୍ଧକ ରଖିଛନ୍ତି ବୋଲି ମାଓ ନେତା ବିକଳ୍ପ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଛତିଶଗଡ଼ର କିଛି ସାମ୍ବାଦିକଙ୍କୁ ଲାଲ୍‌ବାହିନୀ ପକ୍ଷରୁ ମୁଖପାତ୍ର ବିକଳ୍ପ ଫୋନ୍ କରି ଏନେଇ ସୂଚନା ଦେଇଥିଲେ।

ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

Bijapur Attack Martyrs Bijapur Naxal Attack
Advertisment
Advertisment