Advertisment

ପ୍ରେସରକୁକର ଭିତରେ ପଶିଗଲା ଶିଶୁକନ୍ୟାର ମୁଣ୍ଡ, ଆଉ ତା’ ପରେ...

ଅହମ୍ମଦାବାଦ: ‍ବର୍ଷକର ଛୁଆଟିଏ। ଘର ଅଗଣାରେ ଖେଳୁଥିଲା। ହେଲେ ଖେଳରୁ ଖେଳରୁ ଘଟିଲା ଅଜବ କାଣ୍ଡ। ଛୋଟ ପିଲାଟିର ମୁଣ୍ଡରେ ପଶିଗଲା ପ୍ରେସରକୁକର।  ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା। ପିଲାଟିର ମୁଣ୍ଡକୁ କାଢିବା ପାଇଁ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ। ହେଲେ କାଢି ପାରିନ ଥିଲେ। ଶେଷରେ ପ୍ରେସରକୁକର ସହ ପିଲାଟିକୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ହେଲେ ସେଠାରେ ମଧ୍ୟ ଡାକ୍ତରୀ ଟିମ୍‌ ଫେଲ ମାରିଥିଲେ। ଶେଷରେ ବାସନ କାଟୁଥିବା ଲୋକଙ୍କୁ ଡାକିବା […]

ପ୍ରେସରକୁକର ଭିତରେ ପଶିଗଲା ଶିଶୁକନ୍ୟାର ମୁଣ୍ଡ, ଆଉ ତା’ ପରେ...

girl

Advertisment

ଅହମ୍ମଦାବାଦ: ‍ବର୍ଷକର ଛୁଆଟିଏ। ଘର ଅଗଣାରେ ଖେଳୁଥିଲା। ହେଲେ ଖେଳରୁ ଖେଳରୁ ଘଟିଲା ଅଜବ କାଣ୍ଡ। ଛୋଟ ପିଲାଟିର ମୁଣ୍ଡରେ ପଶିଗଲା ପ୍ରେସରକୁକର।  ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା। ପିଲାଟିର ମୁଣ୍ଡକୁ କାଢିବା ପାଇଁ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ। ହେଲେ କାଢି ପାରିନ ଥିଲେ। ଶେଷରେ ପ୍ରେସରକୁକର ସହ ପିଲାଟିକୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ହେଲେ ସେଠାରେ ମଧ୍ୟ ଡାକ୍ତରୀ ଟିମ୍‌ ଫେଲ ମାରିଥିଲେ। ଶେଷରେ ବାସନ କାଟୁଥିବା ଲୋକଙ୍କୁ ଡାକିବା ପରେ ପିଲାଟିର ମୁଣ୍ଡକୁ ପ୍ରେସର କୁକର ଭିତରୁ ବାହାର କରାଯାଇ ପାରିଥିଲା।

Advertisment

publive-image

ପରିବାର ଲୋକଙ୍କ କହିବା ଅନୁଯାୟୀ, ଶୁକ୍ରବାର ଛୋଟ ଝିଅଟି ଖେଳୁଥିଲା। ଖେଳ ସମୟରେ ପ୍ରେସର କୁକରକୁ ହେଲମେଟ କରି ମୁଣ୍ଡରେ ଭର୍ତ୍ତି କରୁଥିଲା। ହେଲେ ତା’ ପରେ ଆଉ ମୁଣ୍ଡରୁ ହେଲମେଟ ବାହାରି ନ ଥିଲା। ଶେଷରେ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଶିଶୁକୁ ନେଇ ପରିବାର ଲୋକେ ଅର୍ଥୋପେଡିକ, ପେଡ୍ରିଆଟିକ୍‌ ବିଭାଗ ବୁଲିଥିଲେ। ହେଲେ ପ୍ରେସରକୁକର ଭିତରୁ ପିଲାର ମୁଣ୍ଡ ବାହାର କରି ପାରି ନ ଥିଲେ।

publive-image

ଶେଷରେ ଡାକ୍ତର ଜଣେ ବାସନ କାଟୁଥିବା ଲୋକଙ୍କୁ ଡାକି ଆଣିଥିଲେ। ସେ ତାଙ୍କ କଟର ସାହାଯ୍ୟରେ ପ୍ରେସର କୁକର କାଟି ପିଲାଟିର ମୁଣ୍ଡକୁ ବାହାର କରିଥିଲେ।

Advertisment

publive-image

ଡାକ୍ତରଖାନା କତ୍ତୃପକ୍ଷ ହାର୍ଦ୍ଦିକ ଗଥାନୀ କହିଛନ୍ତି, ଖୁବ୍‌ ସାବଧାନତାର ସହ ପ୍ରେସର କୁକରକୁ କଟା ଯାଇଥିଲା। ଶିଶୁର ମୁଣ୍ଡରେ କୌଣସି ଆଘାତ ଲାଗି ନାହିଁ। ଏବେ ଶିଶୁଟିକୁ ଅବ୍‌ଜରଭେସନରେ ରଖାଯାଇଛି। ଏହି ଘଟଣା ପରେ ତାହାର ମସ୍ତିଷ୍କ କିମ୍ବା ସ୍ପାଇନରେ ବ୍ଲଡ ସର୍କୁଲେସନ ଠିକ୍‌ ଅଛି କି ନାହିଁ ତାହାର ପରୀକ୍ଷା ଚାଲିଛି।

publive-image

Girls Head Stuck In Pressure Cooker Pressure Cooker Gujarat News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ