Advertisment

ଘରେ ରହି ନିଜ ହାତରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଝିଅ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଘରେ ରହି ମାସ୍କ ତିଆରି କରିବାକୁ ଅପିଲ୍‌ କରିଛନ୍ତି। ଅଭାବୀ ଲୋକଙ୍କୁ ମାସ୍କ ଦେବା ପାଇଁ ମଧ୍ୟ ନିବେଦନ […]

ଘରେ ରହି ନିଜ ହାତରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଝିଅ

dhramendra pradhan

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଘରେ ରହି ମାସ୍କ ତିଆରି କରିବାକୁ ଅପିଲ୍‌ କରିଛନ୍ତି। ଅଭାବୀ ଲୋକଙ୍କୁ ମାସ୍କ ଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି।

Advertisment

ଏହି ଅପିଲ୍‌କୁ ପାଳନ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଘରେ ପରିବାର ସହ ମାସ୍କ ତିଆରି ପ୍ରକ୍ରିୟାରେ ଜଡିତ ହୋଇଥିଲେ। ଏନେଇ ର୍ଧମେନ୍ଦ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋକୁ ସେୟାର କରିଛନ୍ତି।

Advertisment

ଯେଉଁଥରେ ତାଙ୍କ ପତ୍ନୀ ଓ ଝିଅ ନିଜେ ମାସ୍କ ତିଆରି କରୁଛନ୍ତି। ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ  ଓ ତାଙ୍କ ଝିଅ ନୈମିଶା ପ୍ରଧାନ ନିଜେ ସିଲେଇ ମେସିନରେ ମାସ୍କ ତିଆରି କରୁଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ଏହି ମାସ୍କଗୁଡିକ କେବଳ ଘରର ସଦସ୍ୟଙ୍କ ପାଇଁ ନୁହଁ ବରଂ ଅନ୍ୟ ଅଭାବୀ ଲୋକଙ୍କୁ ମଧ୍ୟ ଦିଆଯିବ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି କଠିନ ସମୟରେ ଆମ ସମସ୍ତେ ସମାଜ ପାଇଁ କିଛି କରିବା ଆବଶ୍ୟକ। ମୋ ପତ୍ନୀ ଓ ଝିଅ ପାଇଁ ମୁଁ ଗର୍ବିତ। କାରଣ ସେ ଘରେ ରହି ଆମ ସମସ୍ତଙ୍କ ପାଇଁ ଓ ଅନ୍ୟାମାନଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ‘ନିଜ କୌଶଳ ବିକାଶ ପାଇଁ ଏବଂ ନୂଆ କଥା ଶିଖିବା ପାଇଁ ଏବେଠାରୁ ପ୍ରକୃଷ୍ଟ ସମୟ ଆଉ କିଛି ନୁହେଁ’ ବୋଲି ର୍ଧମେନ୍ଦ୍ର କହିଛନ୍ତି।

Advertisment
Dharmendra Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ