/odishatv-khabar/media/post_attachments/uploadimage/library/16_9/16_9_0/kalpana_1626692757.jpg)
kalpana
କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।
ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନାନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ ।
କଳ୍ପନାଙ୍କ ସହ ଏହି ଏଭରେଷ୍ଟ ଆରୋହଣ ଟିମ୍ରେ ଆମେରିକା, କାନାଡା ଓ ନେପାଳର ୪ଜଣ ଆରୋହଣକାରୀ ମଧ୍ୟ ସାମିଲ ଥିଲେ । ଏଭରେଷ୍ଟ ଆରୋହଣ ବ୍ୟତୀତ କଳ୍ପନା ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆରେମିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ପର୍ବତ ଆରୋହଣ କରିବାର ସଫଳତା ହାସଲ କରିଥିଲେ । କଳ୍ପନାଙ୍କ ବିୟୋଗ ଓଡ଼ିଆ କ୍ରୀଡ଼ାଜଗତକୁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।
ପର୍ବତାରୋହୀ କଳ୍ପନା ଦାସଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କର ଅକାଳ ବିୟୋଗରେ ସେ ମର୍ମାହତ ବୋଲି ଟ୍ୱିଟ୍ କରିଛନ୍ତି।
ଓଡିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହିଣୀ କଳ୍ପନା ଦାସଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଓଡ଼ିଶାକୁ ଅପୁରଣୀୟ କ୍ଷତି ହୋଇଛି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। https://t.co/HFnMHO6FgQ
— Dharmendra Pradhan (@dpradhanbjp) May 23, 2019
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)